୭୬ ଗ୍ରାମ ବ୍ରାଉନ ସୁଗାର ଜବତ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ଏକ ଟିମ ଗୋପ ଦେବୀ ବଜ଼ାର ଉପରେ ଚଢ଼ାଉ କରି ସୁରେଶ ବେହେରା ନାମଙ୍କ ଯୁବକ ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୭୬ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଥିଲେ । ଏ ସଂକ୍ରାନ୍ତ ରେ କୋଣାର୍କ ଅବକାରୀ ଥାନା ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଯୁବକ ଙ୍କୁ କୋର୍ଟ ଚାଲାଣ କରାଯାଇଛି।କେସ ନଂ ୧୧୫/୨୩। ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡ଼ା ଉପ କାରାଗାର କୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୬୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଲୋକନାଥ ପାତ୍ର,ସବିତା ସାହୁ, ପ୍ରଦୀପ୍ତ ପଣ୍ଡା, ସେକ ୱାରିସ ପ୍ରମୁଖ ସାମିଲ ଥିଲେ।