ତିନୋଟି କଲେଜ ର ନୂତନ ଶ୍ରେଣୀ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନସ୍ଥ ଇନ୍ଦିରା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଖେଲାର ସ୍ଥିତ କୁଅଁରପୁର ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବଳଙ୍ଗା କଲେଜ ର ନୂତନ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଯାଇଛି ।ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ନିମାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ୭୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିମାପଡ଼ା ଇନ୍ଦିରା ଗାନ୍ଧୀ ମହିଳା କଲେଜ ,ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଖେଲାର ବାଣୀଶ୍ରୀ କଲେଜ ପାଇଁ ୬୮ ଲକ୍ଷ ୨୯ ହଜାର ଟଙ୍କା ଓ ବଳଙ୍ଗା କଲେଜ ପାଇଁ ୬୯ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି ।ସମାବେଶରେ ସମ୍ମାନିତ ଅତିଥି ଭାବେ ପୁତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କୁଶାଲ ହେମ୍ରମ , ସହକାରୀ ଯନ୍ତ୍ରୀ ଶକ୍ତି ବଡ଼ଜେନା , ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଧନଞ୍ଜୟ ବଡ଼ଜେନା ,ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ କାନୁନଗୋ ,ନିମାପଡ଼ା ଇନ୍ଦିରା ଗାନ୍ଧୀ ମହିଳା କଲେଜ ଅଧ୍ୟକ୍ଷା ସୁଷମା ସୁନ୍ଦରୀ ରାୟ ,ବାଣୀ ଶ୍ରୀ କଲେଜ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବସ୍ତିଆ ,ବଳଙ୍ଗା କଲେଜ ଅଧ୍ୟକ୍ଷ ପ୍ରଭାତ ସାହୁ ,କଲେଜ ପରିଚାଳନା କମିଟି କର୍ମକର୍ତ୍ତା ,ସ୍ଥାନୀୟ ଲୋକ ପ୍ରତିନିଧି ଯୋଗଦେଇ କଲେଜ ଗୁଡିକରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ହେଲେ ଛାତ୍ରଛାତ୍ରୀ ଙ୍କ ଶିକ୍ଷାଦାନ ରେ ଆଉ ସମସ୍ୟା ରହିବନାହିଁ ଓ ଶିକ୍ଷାଦାନ କ୍ଷେତ୍ରରେ ବହୁଳ ଭାବେ ଉପକୃତ ହେବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ପ୍ରତ୍ୟେକ କଲେଜ ଠାରେ ଆୟୋଜିତ ସମାରୋହରେ ବିଧାୟକ ଶ୍ରୀ ଦାଶ ଯୋଗଦେଇ ଥିଲେ ।