ଜାତୀୟ ପ୍ରେସ ଦିବସ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ତୁଳସୀପୁର ଜୟଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ଚାରିଛକ ସାମ୍ୱାଦିକ ସଂଘ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ଉତ୍କଳ ସାମ୍ୱାଦିକ ସଂଘ ସଭାପତି ବିଭୁତି ଭୁଷଣ କର, ପୁରୀ ଜିଲ୍ଳା ପେଶାଦାର ସାମ୍ୱାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର, ଚାରିଛକ ସାମ୍ୱାଦିକ ସଂଘ ସଭାପତି ପ୍ରଫୁଲ୍ଲ କୁମାର କର, ପ୍ରାଧ୍ୟାପକ ଗୋପୀନାଥ କର, ସି ପି ଆଇ ନେତା କୃଷ୍ଣଚନ୍ଦ୍ର ରାଉତ, ଶ୍ରମିକ ନେତା ସନାତନ ପାତ୍ର, ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ, ଶିକ୍ଷାବିତ ଦ୍ଵିଜବର ମୁଦୁଲି, ସମାଜସେବି ଚନ୍ଦ୍ରକାନ୍ତ ଦଳାଇ, ବନ ବିହାରୀ ଦାଶ,ସାମ୍ୱାଦିକ ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଯୋଗଦାନ କରି ସାମ୍ୱାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହିତ ସରକାର ଏହି ସବୁ ସମସ୍ୟା ଦୂର କରିବାକୁ ଆଗଭର ହେବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଘ ର ଉପଦେଷ୍ଟା ଡଃ.ସନ୍ତୋଷ କୁମାର ମିତ୍ର ପରିଚାଳନା କରିଥିବାବେଳେ ଉପ ସଭାପତି ସନ୍ତୋଷ ଦାଶ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ବସନ୍ତ କୁମାର ଦାସ ଓ ସମସ୍ତ ସଭ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ସାମ୍ୱାଦିକ, ବୁଦ୍ଧିଜିବୀ,ରାଜନୈତିକ ନେତା ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ