ନୟାହାଟ କଲେଜ ରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ କଲେଜ ରେ ଆଜି ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର, ଆଇ.ଟି, ଇଲେକଟ୍ରୋନିସ୍କ, ଖେଳ ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଆୟୋଜିତ ଉତ୍ସବ ରେ କଲେଜ ର ଅଧ୍ୟକ୍ଷ ଭୋଳାନାଥ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଇଂରାଜୀ ବିଭାଗ ର ଅଧ୍ୟାପକ ରତିକାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ। କ୍ରିଡ଼ା, ସାମାଜିକ ସଚେତନତା,ସାଂସ୍କୃତିକ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଶୁକଦେବ ନାୟକ, ଜୟରାମ ସ୍ଵାଇଁ,କଳ୍ପନା ନାୟକ, ଲକ୍ଷ୍ମୀଧର ସାମନ୍ତ ରାୟ, ଭାବଗ୍ରାହୀ ଜେନା ପ୍ରମୁଖ ଙ୍କ ସହିତ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା କଲେଜ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ କଲେଜ ଛକ ଠାରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ କ୍ରିଡ଼ା ପ୍ରତିଯୋଗିତା କୁ ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧ ମାସ ଧରି ଚାଲିବ ବୋଲି କଲେଜ ର ଅଧ୍ୟକ୍ଷ ଶ୍ରୀ ପାତ୍ର ସୂଚନା ଦେଇଥିଲେ।