ନିମାପଡ଼ା କଲେଜ ର ନୂତନ ଗୃହ ଉଦଘାଟିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ସ୍ଥିତ ସ୍ବୟଂଶାସିତ ମହାବିଦ୍ୟାଳୟ ର ଏକ ନବନିର୍ମିତ ଗୃହ କୁ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନିମାପଡା ବିଜୁ ଛାତ୍ର ଜନତା ଦଳ ର ୫୦୦ ରୁ ଉର୍ଦ୍ଧ୍ବ କର୍ମୀ ଏକ ମୋଟର ସାଇକେଲ ଶୋଭାଯାତ୍ରା ରେ ନୂତନ ବସଷ୍ଟାଣ୍ଡ ଠାରୁ ମନ୍ତ୍ରୀ ଶ୍ରୀ ନାୟକ ଓ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ଙ୍କୁ କଲେଜ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ମନ୍ତ୍ରୀ ଶ୍ରୀ ନାୟକ ୫ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟ ରେ ନବ ନିର୍ମିତ କଲେଜ ର ଭାର୍ଗବୀ ବ୍ଲକ ଶ୍ରେଣୀ ଗୃହ କୁ ଉଦଘାଟନ କରିଥିଲେ। ଆୟୋଜିତ ଉତ୍ସବ ରେ ମନ୍ତ୍ରୀ, ବିଧାୟକ ଙ୍କ ସହିତ କଲେଜ ର ଅଧ୍ୟକ୍ଷା ପୁସ୍ପିତା ରାଜଗୁରୁ,ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ, ରମାକାନ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ଗୋପ ବ୍ଲକ ବଡତରା ପଞ୍ଚାୟତ ମଲ୍ଲ ଗ୍ରାମ ର ସହିଦ୍ ପ୍ରତାପ ପରିଡ଼ା ଙ୍କ ଧର୍ମପତ୍ନୀ ଙ୍କୁ ଏହି ଅବସର ରେ ସମ୍ମାନିତ କରାଯିବା ସହ ତାଙ୍କ ଝିଅ ର ପାଠ ପଢା ପାଇଁ ସମସ୍ତ ଖର୍ଚ୍ଚ ବିଧାୟକ ଙ୍କ ତତ୍ତ୍ୱାବଧାନ ରେ ନିମାପଡ଼ା କଲେଜ ବହନ କରିବ ବୋଲି ବିଧାୟକ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ