୬୩ ଗ୍ରାମ ବ୍ରାଉନ ସୁଗାର ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ସର୍ବାପଡ଼ା ମାଝୀ ସାହି ବ୍ରିଜ ନିକଟରେ ଚଢ଼ାଉ କରି ସୋମନାଥ ମାଝୀ (୩୪) ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ।ତାଙ୍କ ନିକଟରୁ ୬୩ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରାଯାଇ ଥିବାବେଳେ ନିମାପଡା ଅବକାରୀ ଥାନା ରେ ଏକ ମାମଲା ରୁଜ୍ଜୁ ହୋଇଛି।କେସ ନଂ ୧୨୭/୨୩। ଅଭିଯୁକ୍ତ ସୋମନାଥ ଙ୍କୁ ନିମାପଡ଼ା କୋର୍ଟ କୁ ଚାଲାଣ କରାଯାଇଥିଲା। କୋର୍ଟ ରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ-କାରାଗାର କୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୬ ଲକ୍ଷ ୩୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଜିତେନ୍ଦ୍ର କୁମାର ବେହେରା, ତପନ କୁମାର ପ୍ରଧାନ ,ସ୍ୱାଗତିକା ଘେଡଇ ପ୍ରମୁଖସାମିଲ ଥିଲେ ।