୨୪ତମ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉଦଯାପିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦୁଇଦିନ ଧରି ଚାଲିଥିବା ୨୪ତମ ବାର୍ଷିକକ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଏହି ବାର୍ଷିକ କ୍ରୀଡା ଉତ୍ସବକୁ ଗ୍ରାସୀମ ଇଣ୍ଡୋଷ୍ଟିଜର ସିଏସଆର ମୁଖ୍ୟ ସୁସ୍ମିତା ବେହେରା ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନି ଦିବାସରରେ ମୁଖ୍ୟଅତିଥି ରୂପେ ଗଞ୍ଜାମ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ , ସମ୍ମାନିୟ ଅତିଥି ରୂପେ ଲୋକ ସମ୍ପର୍କ ଅଧିକାରୀ ପ୍ରବୀଣ କୁମାର ଦାସ, ସିଏସଆର ମୁଖ୍ୟ ସସ୍ମିତା ବେହେରା ଯୋଗଦେଇଥିଲେ।।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର, ପରିଚାଳନା କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର,କୋଷାଧ୍ୟକ୍ଷ ବିଶ୍ୱନାଥ ସାମନ୍ତରା, , ସଦସ୍ୟ ବନିତା ବେହେରା ଙ୍କ ସମତେ ଶିକ୍ଷକ ଶିକ୍ଷୟିତ୍ରୀ , ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।