ବାଲିପଦର କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
ବୁଗୁଡା, (ଅନିଲ କୁମାର ମହାରଣା) : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କ୍ରୀଡା, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ଉତ୍ସାହିତ କରିବାକୁ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ”(ଆର.ୱାଇ.ଡି.ପି.) ଅଧୀନରେ ଏକ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ମୋଟ ୬୮୭ ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇ କ୍ରୀଡା ଓ ଯୁବସେବା ବିଭାଗ ମାଗଦର୍ଶିକା ଓ ପାଣ୍ଠି ଯୋଗାଇଦିଆଯାଇଛି। ନଭେମ୍ବର ୧୫ ତାରିଖ ଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୃଷ୍ଟିରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରିଚାଳନା ପରିଷଦର ସଭାପତି ହରିହର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଲେଜ ପ୍ରିନ୍ସପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ ଏହି ଯୋଜନା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ନୋଡାଲ ଅଫିସର ଅଧ୍ୟାପକ ଅମୀୟ କୁମାର ସ୍ୱାଇଁ, ସାଂସ୍କୃତିକ ବିଭାଗ ଉପଦେଷ୍ଟା ଅଧ୍ୟାପକ ଗୋପୀନାଥ ମହାନ୍ତି, ଅଧ୍ୟାପକ ଡକ୍ଟର ଏ. ଜିତେଶ ରାଓ ଦୋରା, ଅଧ୍ୟାପିକା ମିନତୀ ଆଚାରୀ, କ୍ରୀଡା ଅଧ୍ୟାପକ ଭଞ୍ଜକିଶୋର ଗୌଡ଼, ଅନ୍ୟାନ୍ୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରାଯାଇଥିଲା। ଶେଷରେ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।