ବୁଗୁଡ଼ା ବିଜେପି ପକ୍ଷରୁ ବ୍ଳକ ଘେରାଉ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ ନଭେମ୍ବର ୧୬ ତାରିଖ ଦିନ ବୁଗୁଡା ବ୍ଳକ ଘେରାଉ, ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି। ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକଙ୍କ ତତ୍ତ୍ଵାବଧାନରେ ବୁଗୁଡା ବଡ଼ଦାଣ୍ଡ ବଳଦେବଜୀଉଙ୍କ ମନ୍ଦିର ଠାରୁ ହଜାର ହଜାର ବିଜେପି କର୍ମୀ ଓ ଆଗଧାଡିର ନେତାମାନଙ୍କୁ ନେଇ ଏକ ରାଲିରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ବିଜେପି ନେତୃବୃନ୍ଦ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ବିଷୋଦଗାର କରିଥିଲେ। ତେବେ ଅଫିସ ଆଗରେ ଥିବା ପୋଲିସ କର୍ମଚାରୀମାନେ ବିଜେପି କର୍ମୀ ଓ ନେତାଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରାଇ ଦେଇନଥିଲେ। ଫଳରେ ସମସ୍ତ କର୍ମୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ସନ୍ତୋଷ କୁମାର ଜେନା ଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ୧୦ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରେରଣ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ଗ୍ରହଣ କରାଯିବ ବୋଲିି ବିଡ଼ିଓ ପ୍ରକାଶ କରିଥିଲେ। ଦାବି ଗୁଡିକ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ ହିତାଧିକାରୀଙ୍କୁ ଚୟନ କରି ଆବାସ ପ୍ରଦାନ, ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ରେ ଅନ୍ତର୍ଭୁକ୍ତ କରିବା, ଦଳୀୟ ଭିତ୍ତିରେ ଭତ୍ତା ବଣ୍ଟନ ନକରି ପ୍ରକୃତ ଗରିବ ହିତାଧିକାରୀଙ୍କୁ ଚୟନ କରି ଦେବା, ଅଞ୍ଚଳରେ ପାଣିର ଅଭାବରୁ ବହୁ ଜମିରେ ମରୁଡ଼ି ଦେଖାଯାଇଛି ବୁଗୁଡା କୁ ମରୁଡ଼ି ଘୋଷଣା କରିବା, ବ୍ଳକର ସମସ୍ତ ପଞ୍ଚାୟତ ଚାଲିଥିବା ଏମ୍ ଜି ଏନ୍ ଆର୍ ଇ ଜି ଏ ସହିତ ଅନ୍ୟାନ୍ୟ ଯୋଜନା ରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାରକୁ ବନ୍ଦ କରି ସରକାର ଅର୍ଥ କୁ ସଠିକ ବିନିଯୋଗ କରିବା ସହିତ ବିଭିନ୍ନ ଦାବି ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି। ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକଙ୍କ ସମେତ ଉପସଭାପତି ପ୍ରଭାକର ପଣ୍ଡା, ଯୁବ ସଭାପତି ଦୀପକ ପ୍ରଧାନ, ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ଜୟନ୍ତୀ ପଢିଆରୀ, ପୂର୍ବତନ ନଗର ସଭାପତି ହରପ୍ରସାଦ ଦାଶ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ,ଗଙ୍ଗାଧର ନାୟକ, ହରେକୃଷ୍ଣ ସାହୁ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ନଟବର ଜେନା, ସୁଶାନ୍ତ କୁମାର ଡାକୁଆ, ଦିଲ୍ଲୀପ ପ୍ରଧାନ, ଭଗବାନ ଜେନା, ମୀରାବାଇ ଦେଓ, ନୀଳମାଧବ ପାତ୍ର, ବିନାୟକ ତ୍ରିପାଠୀ, ମହେନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ଭୋଳ ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ