ଭୂପୃଷ୍ଠ ଓ ଆକାଶମାର୍ଗରୁ ଦୁଇଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ

କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭୂପୃଷ୍ଠ ଏବଂ ଆକାଶମାର୍ଗରୁ ଆଜି ଦୁଇଟି ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ), ଭାରତୀୟ ବାୟୁସେନା ଏବଂ ବ୍ରହ୍ମୋସ ପକ୍ଷରୁ ମିଳିତ ଭାବେ ଏହି ପରୀକ୍ଷଣ କରାଯାଇଥିଲା । ଏହି ଦୁଇଟି କ୍ଷେପଣାସ୍ତ୍ର ଶବ୍ଦ ଠାରୁ ଅଧିକ ବେଗରେ ଗତିକରିପାରିବେ । ପ୍ରଥମ କ୍ଷେପଣାସ୍ତ୍ରଟି ଭୂପୃଷ୍ଠରେ ଥିବା ମୋବାଇଲ ଲଂଚର ଜରିଆରେ ଛଡ଼ା ଯାଇଥିଲା । ଏହି କ୍ଷେପଣାସ୍ତ୍ରର ଏଆର ଫ୍ରେମ, ଇନ୍ଧନ ପରିଚାଳନା ବ୍ୟବସ୍ଥା ଓ ଡିଆରଡିଓ ଦ୍ୱାରା ଡିଜାଇନ ହୋଇଥିବା ଅନ୍ୱେଷକ ସମେତ ଅଧିକାଂଶ ସରଞ୍ଜାମ ସ୍ୱଦେଶ ନିର୍ମିତ । ଦ୍ୱିତୀୟ କ୍ଷେପଣାସ୍ତ୍ରକୁ ଭାରତୀୟ ବାୟୁ ସେନା ଦ୍ୱାରା ସୁ-୩୦ଏମକେଆଇ ପ୍ଲାଟଫର୍ମରୁ ସମୁଦ୍ରରେ ଥିବା ଏକ ଲକ୍ଷ୍ୟ ଉଦ୍ଦେଶ୍ୟରେ ଛଡ଼ା ଯାଇଥିଲା । ଉପଯୋଗକାରୀ ବ୍ୟବସ୍ଥାରେ ଏହି ପରୀକ୍ଷଣ କରାଯାଇଥିଲା । ଆକାଶମାର୍ଗରୁ ଛଡ଼ାଯାଇଥିବା ଏହି କ୍ରୁଜ କ୍ଷେପଣାସ୍ତ୍ର ଜାହାଜରୁ ହୋଇଥିବା ଆକ୍ରମଣକୁ ସଫଳତା ପୂର୍ବକ ପ୍ରତିହତ କରିଥିଲା । ପରୀକ୍ଷଣ ସମୟରେ ଆକାଶମାର୍ଗରୁ ଛଡ଼ାଯାଇଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ସମୁଦ୍ରରେ ଥିବା ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ସଠିକ ଭାବେ ଭେଦ କରିବାକୁ ସକ୍ଷମ ହୋଇଥିଲା । ପୂର୍ବରୁ ମେ ୨୨, ୨୦୧୯ରେ ଭାରତୀୟ ବାୟୁସେନା ପକ୍ଷରୁ କାର ନିକୋବର ଦ୍ୱୀପାଂଚଳରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା, ଯାହା ସଫଳତା ପୂର୍ବକ ଭୂପୃଷ୍ଠରେ ଥିବା ଲକ୍ଷ୍ୟକୁ ଭେଦ କରିପାରିଥିଲା । ବ୍ରହ୍ମୋସ କ୍ରୁଜ କ୍ଷେପଣାସ୍ତ୍ର ଷ୍ଟାଣ୍ଡଅଫ ରେଞ୍ଜରୁ ଆକାଶମାର୍ଗରେ ଭାରତୀୟ ବାୟୁ ସେନାର ପ୍ରତିରକ୍ଷା ସାମର୍ଥ୍ୟକୁ ସୁଦୃଢ଼ କରିବ । ଡିଆରଡିଓ, ବ୍ରହ୍ମୋସ ଏବଂ ଭାରତୀୟ ବାୟୁସେନା ଟିମକୁ ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି । ବ୍ରହ୍ମୋସର ମହାନିର୍ଦ୍ଦେଶକ ଡ. ସୁଧୀର ମିଶ୍ର, ପ୍ରତିରକ୍ଷା ଗବେଷଣା ଓ ବିକାଶ ଗବେଷଣାଗାର ନିର୍ଦ୍ଦେଶକ ଡ. ଦଶରଥ ରାମ, ଓ ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ଏହି ପରୀକ୍ଷଣ ଅବସରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ