ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ଡ.ତିରୁପତି ପାଣିଗ୍ରାହୀଙ୍କୁ ସ୍ବାସ୍ଥ୍ୟ ଗୌରବ ସମ୍ମାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ପାରଳାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ହଇଟେକର ଅଧକ୍ଷ ଡ.ତିରୁପତି ପାଣିଗ୍ରାହୀଙ୍କୁ ସ୍ୱାସ୍ଥ୍ୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି. ଓଡ଼ିଆ ସାହିତ୍ୟ ପତ୍ରିକା ‘ଅପୂର୍ବା’ର ୨୫ବର୍ଷ ପୂର୍ବୀ ରଜତ ଜୟନ୍ତୀ ଭୁବନେଶ୍ଵର ସ୍ଥିତ ହୋଟେଲ ଦ ନିୟୁ ମାରିଅନ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ ଭାବେ ରାଜ୍ୟପାଳ ରଘୁବର ଦାସ ଏବଂ ସମ୍ମାନୀତ ଅତିଥ୍ୟ ଭାବେ ରାଜ୍ୟସଭା ସାଂସଦ ମାନସ ରଞନ ମଙ୍ଗରାଜ ଯୋଗଦାନ କରିଥିଲେ। ଏଥିରେ ଓଡିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତଥା ବିଶେଷ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁ ବର୍ଗର ଲୋକଙ୍କୁ ସ୍ଵଳ୍ପ ମୂଲ୍ୟରେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ହାଇଟେକ୍ ଗ୍ରୁପ୍ରପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କୁ ସ୍ଵାସ୍ଥ୍ୟ ଗୌରବ ସମ୍ମାନ ୨୦୨୩ରେସମ୍ମାନୀତ କରାଯାଇଥିଲା । ଓଡିଆ ସାହିତ୍ୟ ଅପୂର୍ବା ତରଫରୁ ରାଜ୍ୟପାଳ ରଘୁବର ଦାସ ଉପଢୌକନ ଦେଇ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରିଛନ୍ତି।