ପାରଳାଖେମୁଣ୍ଡି ଦେଇ ଆନ୍ଧ୍ରକୁ ଚୋରା ବାଲି ଚାଲାଣ ବେଳେ ଗାଡି ଜବତ

ପାରଳାଖମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହର ଦେଇ ଆନ୍ଧ୍ରକୁ ଚୋରା ବାଲି ଚାଲାଣବେଳେ ଏକ ଟିପର ଗାଡିକୁ ପ୍ରବେଶ କରିବା ସମୟରେ ଜିଲ୍ଲା ଖଣି ବିଭାଗ ଜବତ କରିଛି। ଗାଡ଼ି ନଂଏ ପି ୩୯ ୟୁକ୍ୟୁ୫୨୯୬ ଯୋଗେ କାଶୀନଗରର ଦିଗରୁ ପାରଳାଖେମୁଣ୍ଡି ପ୍ରବେଶ କରୁଥିବା ବେଳେ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ି ଚାଳକ ସଠିକ ନଥିପତ୍ର ଦେଖାଇ ନଥିବାରୁ ଗାଡ଼ିକୁ ଅଟକ ରଖାଯାଇଛି। ଗାଡ଼ିରେ ଆନ୍ଧ୍ରରୁ ଚୋରା ବାଲି ଚାଲାଣ ହେଉଥିବାବେଳେ ଏହାକୁ ଅଟକ ରଖି ଜରିମାନା ବାବଦରେ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଜରିମାନା ଆଦାୟ ହେଇ ନଥିବାରୁ ଗାଡିକୁ ଅଟକ ରହିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ