ଜାତୀୟ ପ୍ରେସ ଦିବସ ପାଳିତ

ଚିକିଟି, (କୁରେଶୁ ସାହୁ):୧୬ ନଭେମ୍ବର ଜାତୀୟ ପ୍ରେସ ଦିବସ ଅବସରରେ ଚିକିଟିପେଣ୍ଠ ସ୍ଥିତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଚିକିଟି ପ୍ରେସ କ୍ଲବ ତରଫରୁ “ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ” ଶିଶର୍କ ଆଲୋଚନା ହୋଇଥିଲା।ପ୍ରଥେମେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ରୁଦ୍ରରୂପା ବ୍ରହ୍ମା ସୁଲଳିତ କଣ୍ଠରେ ଭଜନ ପରିବେଷଣ କରିଥଲେ। ଏଥରେ ଦିଗପହଣ୍ଡି,ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି,ପାତ୍ରପୁର ଅଞ୍ଚଳର ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ କ୍ଷୁଦ୍ର ଓ ମାଧ୍ୟମ ସମ୍ବାଦପତ୍ର ମହାସଂଘ ର ସଭାପତି ରବି ରଥ,ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ ବିଡ଼ିଓ ପ୍ରମୋଦ କୁମାର ନାୟକ,ତହସିଲଦାର ବଳଦେବ ବେହେରା,ଏସ ଡି ପିଓ କୃଷ୍ଣଚନ୍ଦ୍ର ଭଦ୍ରା, ଚିକିଟି ମେଡିକାଲ ଅଫିସର ମୋନଜ କୁମାର ପାଢୀ ମଞ୍ଚ।ସିନ ଥିଲେ ।ସଂଘର ସାଭାପତି ସୁରେନ୍ଦ୍ରନାଥ ପଣ୍ଡା ଓ ସମ୍ପାଦକ ତ୍ରିପତି ସାହୁ ଙ୍କ ଅଧ୍ୟକ୍ଷତାରେ ମଞ୍ଚ ପରିଚାଳନା ହେଉଥିବାବେଳେ ସୁଦୀପ୍ତ କୁମାର ପଟ୍ଟନାୟକ ମଞ୍ଚରେ ସ୍ୱାଗତ ସମ୍ଭରଧନା ର ବକ୍ତବ୍ୟ ରଖିଥଲେ। ମଞ୍ଚରେ ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ସମ୍ଭରଧନା ସହ ପୁଷ୍ପ ଗୁଚ୍ଛ ଦେଇ ଅଳଙ୍କୃତ କରାଯାଇଥିଲା। ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ