ଭଞ୍ଜନଗର କବି ସମ୍ରାଟ ମିଡିଆ କ୍ଲବର ଜାତୀୟ ପ୍ରେସ ଦିବସ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ନଭେମ୍ବର ୧୬ ଜାତୀୟ ପ୍ରେସ ଦିବସ ପାଳନ ସମଗ୍ର ଭାରତ ବର୍ଷରେ ଧୁମଧାମରେ ପାଳନ ହେଉଥିବା ବେଳେ ଭଞ୍ଜନଗର କବି ସମ୍ରାଟ ମିଡିଆ କ୍ଲବ ମଧ୍ୟ ଏହି ଉତ୍ସବ କୁ ମହା ଆଡମ୍ବରରେ ପାଳନ କରିଛି।କବିସମ୍ରାଟ ମିଡିଆ କ୍ଲବ ର ୪୫ ଜଣିଆ ସଦସ୍ୟ ଦିନରାତି ଏକ କରି ଏହି ଦିବସ ପାଳନ ପ୍ରସ୍ତୁତି ବହୁ ପୁର୍ବରୁ ଯୋଜନା କରିଥିଲା।ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ବହୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତର୍କ, ରଚନା, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ କରିଥିଲା।ଭଞ୍ଜନାଗର ସାବିତ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ଭଞ୍ଜନାଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସେହିପରି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପ ବନ୍ଧୁ ମହାପାତ୍ର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ,ସିଡିପିଓ ଵିଷ୍ଣୁ ପ୍ରିୟା ସେଠୀ ଯୋଗ ଦେଇଥିଲେ।କ୍ରୀଡ଼ାରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସୁଶାନ୍ତ କୁମାର ପଣ୍ଡା ଓ ଡାକ୍ତର ବୃନ୍ଦାବନ ଗୌଡ଼ଙ୍କୁ ସମ୍ମାନିତ କରାଯାଇଥିଲା।ବିଭିନ୍ନ ପ୍ରତି ଯୋଗୀତା ରେ ବିଚାରକ ଭାବେ ଯୋଗଦେଇ ଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।କବିସମ୍ରାଟ ମିଡିଆ କ୍ଲବ ସଭାପତି ପ୍ରଦୀପ କୁମାର ସ୍ୱାଇଁ,ସମ୍ପାଦକ ଚିନ୍ମୟ ବେବର୍ତ୍ତ। ଙ୍କୁ ସମ୍ମାନିତ କରାଯିବା ସହ କର୍ମକର୍ତ୍ତା ମାନଙ୍କୁ ବ୍ଲେଜର ପୋଷାକ ବଣ୍ଟନ କରାଯାଇଥିଲା।ବହୁ ପ୍ରତୀକ୍ଷିତ ଦେବର୍ଷି ପତ୍ରିକା ଅତିଥିମାନଙ୍କ କରକମଳରେ ଉନ୍ମିଚିତ ହୋଇଥିଲା।ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଦର୍ଶକ ଙ୍କୁ ଆକର୍ଷିତ କରିଥିଲା ଓ ମଧ୍ୟ ରାତ୍ର ପ୍ରଯ୍ୟନ୍ତ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଲୋକେ ମନଭରି ଉପଭୋଗ କରିଥିଲେ।କବିସମ୍ରାଟ ମିଡିଆ କ୍ଲବ ଗତ ଦୁଇ ମାସ ତଳେ ପ୍ରତିଷ୍ଠା ହୋଇଥିଲା ଓ ଏଥିରେ ଭଞ୍ଜନଗର ବେଲ୍ଲାଗୁଣ୍ଠ।,ସୋରଡା, ଜଗନ୍ନାଥ ପ୍ରସାଦ, ବୁଗୁଡା, ବାଲିପଦର ଅଞ୍ଚଳର ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇଥିଲେ।ଅତିଥିମାନେ ସାମ୍ବାଦିକ ମାନଙ୍କ ଦାଇତ୍ୱ ତଥା ଆବଶ୍ୟକତା ବିଷୟରେ ମତ ରଖିଥିଲେ। ସର୍ବଶେଷ ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ