ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ କବି ସମ୍ରାଟ ଷ୍ଟାଡ଼ିୟମ ବା ଜେଲ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଆୟୋଜନ କରାଯାଇଛି | ଏହି ମେଳାକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି | ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳାର ଉଦଘାଟନୀ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ଅରୁଖଙ୍କ ସମେତ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ,ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ , ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ , ଭଞ୍ଜନଗର ଏନ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର , ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ | ଏହି ଭଳି ମେଳା ଆୟୋଜନ ଦ୍ୱାରା ପାରମ୍ପରିକ କୃଷିପଦ୍ଧତି ବଦଳରେ ଉନ୍ନତ ଶୈଳୀରେ କୃଷିକାର୍ଯ୍ୟ ପରିଚାଳିତ ହୋଇପାରିବ | ଚାଷ ଉପରୁ ମୁଁହ ଫେରାଉଥିବା ଚାଷୀମାନେ ପୁଣି ଚାଷକାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବେ |ବିଶେଷକରି ଉନ୍ନତ ଏବଂ ଅତ୍ୟାଧୁନିକ ଶୈଳୀ ଏବଂ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷକାର୍ଯ୍ୟ କୁ ଅଧିକ ସହଜ ଭାବରେ ଚାଷୀମାନେ କରିପାରିବେ |ଏଥିପାଇଁ ରିହାତି ମୂଲ୍ୟ ରେ କୃଷିଯନ୍ତ୍ରପାତି ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି | ରାଜ୍ୟ ସରକାର ପକ୍ଷରୁ ହୋଇଥିବା ଏଭଳି ପରିକଳ୍ପନା ଦ୍ୱାରା କୃଷି ଓ କୃଷକଙ୍କ ଆହୁରି ଅଧିକ ବିକାଶ କରାଯାଇପାରିବ ବୋଲି ମତପ୍ରକାଶ ପାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର କୃଷିବିଭାଗ ଅଧିକାରୀ ସୁଧାଂଶୁ କୁମାର ନନ୍ଦ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ମଲ୍ଲିକ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ ଙ୍କ ସମେତ କୃଷି ବିଭାଗ ର ବିଭିନ୍ନ ପଦାଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ