କଂଗ୍ରେସ ର ଭଞ୍ଜନଗର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରେ ଚାଷୀର ଧାନ ଫସଲ କ୍ଷୟ କ୍ଷତି ଅନୁଧ୍ୟାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରଦେଶ କଂଗ୍ରେସ କମିଟି (କୃଷକ ଶାଖା) ରାଜ୍ୟ ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଭଞ୍ଜନଗର, ଜଗନ୍ନାଥପ୍ରସାଦ ଏବଂ ବେଲଗୁଣ୍ଠା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଧାନ ଫସଲ କ୍ଷତି ଅଞ୍ଚଳ ବୁଲି ଦେଖିଥିଲେ।  ଏହାପରେ ସଂଧ୍ୟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।  ଏଥିରେ ଶ୍ରୀ ପଟ୍ଟନାୟକ ଯୋଗଦେଇ କହିଥିଲେ ଗଞ୍ଜାମ ଜିଲା ରୁ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ ଯାଇ କାମ କରୁଛନ୍ତି। ଶିଳ୍ପ ବିହୀନ ଗଞ୍ଜାମ ଜିଲାରେ କୃଷକଙ୍କୁ କାମଧନ୍ଦା ମିଳୁନାହିଁ।  ତେଣୁ ଚାଷୀ ମାନେ ଅନ୍ୟ ରାଜ୍ୟରେ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ବିଜେଡ଼ି ଶାସନ ସମୟରେ କୃଷି କ୍ୟାବିନେଟ,  ନୁତନ କୃଷି ନୀତି ସମେତ କୃଷକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି।  କିନ୍ତୁ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ।  ତେଣୁ ବିଜେଡ଼ି ଶାସନ ସମୟରେ ରାଜ୍ଯରେ ୧୫ ହଜାର ରୁ ଉର୍ଦ୍ଧ କୃଷକ ଆତ୍ମହତ୍ଯା କଲେଣି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ। ୨୦୦୭ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ବ୍ଲକ ର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ମିଳିବ ବୋଲି ଘୋଷଣା କରିଥିଲେ।  କିନ୍ତୁ ରାଜ୍ୟର ଅଧାରୁ ଅଧିକ ବ୍ଲକରେ ୩୫ ପ୍ରତିଶତ ରୁ କମ୍ ଅଞ୍ଚଳକୁ ଜଳସେଚନ ସୁବିଧା ଅଛି। କାଗଜ କଲମରେ ଜଳସେଚନ ବିକାଶ ହେଉଛି। କଂଗ୍ରେସ ଶାସନ ସମୟରେ ସ୍ଥାପିତ ହୋଇଥିବା ୨୭ ହଜାର ଉଠାଜଳସେଚନ ପ୍ରକଳ୍ପ ମଧରୁ ବର୍ତ୍ତମାନ ଅଧିକାଂଶ ଅଚଳ ଅବସ୍ଥାରେ ଅଛି। ଜମିକୁ ଜଳସେଚନ ପାଇଁ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନେଉନାହାନ୍ତି। ଭଞ୍ଜନଗର, ଜଗନ୍ନାଥପ୍ରସାଦ, ବୁଗୁଡ଼ା, ବେଲଗୁଣ୍ଠା ବ୍ଲକ ରେ ୬୦ ପ୍ରତିଶତ ରୁ ଉର୍ଦ୍ଧ ଧାନ ଫସଲ କ୍ଷତି ହୋଇଛି ୧୫ ଦିନ ମଧ୍ୟରେ ଆକ୍ସନ ପ୍ଳାନ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।  ଖବରଦାତା ସମ୍ମିଳନୀରେ ଏ ଆଇ ସି ସି ସଭ୍ୟ ବିସ୍ମୟ ମହାପାତ୍ର ଯୋଗଦେଇ ଭାଗ ଚାଷିଙ୍କ ପାଇଁ ମଧ୍ୟ ସୁବିଧା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ମୁଣ୍ଡ ପିଛା ୧୦ କେଜି ଚାଉଳ ଯୋଗାଇ ଦିଆଯିବା ସହ ଅନ୍ୟାନ୍ୟ ସହାୟତା କୃଷକଙ୍କ ପାଇଁ ଘୋଷଣା କରିବା ପାଇଁ ଶ୍ରୀ ମହାପାତ୍ର ଦାବୀ କରିଥିଲେ।  ସମ୍ମିଳନୀରେ ପି ସି ସି ସଭ୍ୟ ଦେବୀ ବିଶୋଇ,  ରାଜ୍ୟ ସମ୍ପାଦକ ସନ୍ତୋଷ ଦିଗାଲ, କଂଗ୍ରେସ ରାଜ୍ଯ ନେତା ବୃନ୍ଦାବନ ଖଟେଇ, ବିଦ୍ୟାଧର ପ୍ରଧାନ, ହରେକୃଷ୍ଣ ରଥ, ସନ୍ତୋଷ ପଟ୍ଟନାୟକ, ପ୍ରଶାନ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ