ବଦଲିବ ମାଛ ମାର୍କେଟ ସ୍ଥାନ ନୂଆ ବସଷ୍ଟାଣ୍ଡ ହେବ ମାଛ ମାର୍କେ ଖଚ୍ଚ ହେବ୭୦ ଲକ୍ଷ |

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବାଳିକା ବିଦ୍ୟାଳୟ ରୋଡ ଏବଂ ଅନ୍ୟାନ୍ୟ ସ୍ଥାନ ରେ ଥିବା ଆମିଷ ମାର୍କେଟ ହଟିବ | ଏନେଇ ଶୁକ୍ରବାର ଅପରାହ୍ନ ରେ ଏନଏସି କାର୍ଯ୍ୟାଳୟରେ ବ୍ୟବସାୟୀ ଓ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା | ଛତ୍ରପୁର ନୁଆବସଷ୍ଟାଣ୍ଡ ନିକଟରେ ଏକ ଆମିଷ ମାର୍କେଟ କରାଯିବ ବୋଲି ବୈଠକ ରେ ନିଷ୍ପତି ହୋଇଛି | ଏନେଇ ୭୦ଲକ୍ଷ ବ୍ୟୟ ଅଟକଳ ରହିଛି | ସେଠାରେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ରହିବ | ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଆମିଷ ମାର୍କେଟ ଓ ପନି ପରିବା ମାର୍କେଟ ପାଇଁ ଟ୍ରାଫିକ ସମସ୍ୟା ସହ ନାନା ପ୍ରକାରର ଅସୁବିଧା ହେଉଛନ୍ତି ଜନସାଧାରଣ | ଏହାକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରେ କେବଳ ପନି ପରିବା ବଜାର ରହିବ ରାସ୍ତା ଉପରେ କେହି ବସିବେ ନାହିଁ | ଆମିଷ ବଜାର ଏଠାରୁ ହଟି ଛତ୍ରପୁର ନୁଆବସଷ୍ଟାଣ୍ଡ କରାଯିବ | ଆମିଷ ବଜାରର ବ୍ୟବସାୟୀ ରାଜି ହେବା ସହ ପ୍ରଶାସନ କୁ କିଛି ସର୍ତ୍ତ ରଖିଥିଲେ | ଛତ୍ରପୁର ଏନଏସିରେ କୌଣସି ସ୍ଥାନରେ ଆମିଷ ଦୋକାନ ଖୋଲିବେ ନାହିଁ | କେବଳ ଗୋଟିଏ ସ୍ଥାନରେ ଆମିଷ ଦୋକାନ ଖୋଲାଯିବ ସେ ଉପରେ ଏନଏସି ପ୍ରଶାସନ ଦୃଷ୍ଟି ଦେବା ସହ ଲିଖିତ ଭାବେ ଦେବାକୁ କହିଥିଲେ | ଏନଏସି ପ୍ରଶାସନ ଆଗାମୀ ଦିନରେ ଛତ୍ରପୁର ଏନଏସି ଯେଉଁ ସବୁ ସ୍ଥାନରେ ଆମିଷ ବିକ୍ରି କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି | ଏହି ବୈଠକ ରେ ପ୍ରୋବିସନାଲ ଆଇଏଏସ ଅଧିକାରୀ ସମୀର ଜେନା, ଛତ୍ରପୁର ଏନଏସି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ବହୁ ଆମିଷ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ