ରାଜ୍ୟ ସ୍ତରୀୟ ଓଡିଶୀ ନୃତ୍ୟରେ ଭାଗନେବେ ପବିତ୍ରା

ପୋଲସରା, (ଅନିଲ କୁମାର ମହାରଣା) : ଅନନ୍ୟ କଳା ସଂସ୍କୃତିର ପାରମ୍ପାରିକ ପରିଭାଷା ଓ ଓଡିଶୀ ନୃତ୍ୟକୁ ନେଇ ପୋଲସରା ଅଞ୍ଚଳରୁ ବେଶ୍ ସୁନାମ ଅର୍ଜନ କରିଛନ୍ତି ଆର୍.କାମରାଜୁ ଙ୍କ ଏକମାତ୍ର ଝିଅ ଆର୍.ପବିତ୍ରା । ବୁଗୁଡା ପିପୁଲ୍ସ୍ କଲେଜରେ ଓଡିଶୀ ନୃତ୍ୟ ପରିବେଷଣ କରି ଗଂଜାମ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆର. ପବିତ୍ରା। ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ଯିବ ରେଡ଼ କ୍ରସର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ପବିତ୍ରା । ବୁଗୁଡ଼ା ପିପୁଲସ କଲେଜରେ ଗତ ନଭେମ୍ବର ୧୩, ୧୪ ଓ ୧୫ ତାରିଖରେ ଯୁବ ରେଡ଼କ୍ରସ୍ ର ଜିଲ୍ଲା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡକ୍ରସ ସ୍ଵେଚ୍ଛାସବୀ ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ରାଥମିକ ଉପଚାର ସହ ରକ୍ତଦାନ ଶିବିର, ବିପର୍ଜୟ ପରିଚାଳନା ଓ ସଡ଼କ ସୁରକ୍ଷା ଉପରେ ତାଲିମ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତା ମୂଳକ କ୍ରୀଡ଼ା କ୍ଷେତ୍ରରେ ଭାଗ ନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଆର ପବିତ୍ରା ନିଜର ଅନ୍ତନିହିତ ପ୍ରତିଭାକୁ ବୁଗୁଡା ପିପୁଲସ କଲେଜରେ ନିଜର ଅନ୍ତନିହିତ କଳା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଯାହା ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଥିଲା । ଯାହାକୁ ନେଇ ପବିତ୍ରା ରାଜ୍ୟ ସ୍ତରୀୟ ଯୁବ ରେଡ଼କ୍ରସ୍ ପାଇଁ ମନୋନୀତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ