ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ ଜଣେ ଦିବ୍ୟାଙ୍ଗ ଆହତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଗଞ୍ଜାମ ଜିଲ୍ଲା ଆସିକା-ଦିଗପହଣ୍ଡି ଜାତୀୟ ରାଜପଥ ୩୨୬ମୁଖ୍ୟ ରାସ୍ତା ପାଟୁପୁର ଥାନା ଅର୍ନ୍ତଗତ ଶ୍ରୀଚନ୍ଦନପୁର ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।ଏକ ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଦିବ୍ୟାଙ୍ଗ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି. ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ୱାଇଁ (୬୪) ହୋଇଥିବା ବେଳେ ଗୁରୁତର ଦିବ୍ୟାଙ୍ଗ ଜଣ ହେଲେ ଶ୍ରୀଚନ୍ଦନପୁର ଗ୍ରାମର କୋରା ପାତ୍ର (୩୫) ବୋଲି ଜଣାପଡିଛି l ଶ୍ରୀଚନ୍ଦନପୁ୍ର ଶିବ ମନ୍ଦିର ଦର୍ଶନ ସାରି ଫେରୁଥିବା ଡ଼ାକ୍ତର ସ୍ବାଇଁଙ୍କୁ ଅଜଣା ଗାଡ଼ି ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ଡ଼ାକ୍ତର ସ୍ବାଇଁ ଙ୍କମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ଶ୍ରୀଚନ୍ଦନ ପୁର ଗ୍ରାମର କୋରା ପାତ୍ର ଜଣେ ଦିବ୍ୟାଙ୍ଗ ଯୁବକ ଗାଆଁ ରୁ ଛକକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦେବା ଫଳ ରେ ବିଲ ଭିତରକୁ ଓଲଟି ପଡ଼ିଥିଲେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକ କୋରା ପାତ୍ରକୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଡାକ୍ତର ସ୍ୱାଇଁଙ୍କ ମୃତ୍ୟୁ କୁ ନେଇ ମୃତକଙ୍କ କ୍ଷତିପୂରଣ ଦାବିରେ ସମ୍ପର୍କୀୟ ଗ୍ରାମବାସୀ ଆସିକା – ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଜାତୀୟ ରାଜପଥ ରେନିଆଁ ଲଗାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।ପାଟପୁର ପୋଲିସ ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ,ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲୀପ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ବେଳେ ମୃତ ପରିବାର ଲୋକ ଙ୍କୁ ରେଡକ୍ରସ୍ ରୁ ୧୦ ହାଜାର ଟଙ୍କା ପ୍ରଦାନ କରିଥିବା ବେଳେ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧ ହଟାଯାଇଥିଲା । ଏ ନେଇ ରଞ୍ଜନ ସ୍ବାଇଁ ପାଟପୁର ଥାନା ରେ ଏତାଲା ଦେବା ପରେ ୭୩୫/୨୩ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ