ଭୋଟର ତାଲିକାକୁ ନେଇ ଆଲୋଚନା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବୁଥ ସ୍ତରୀୟ ଭୋଟର ତାଲିକା ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସ କାନ୍ତି ସାମଲ ଯୋଗଦେଇ ଗଠନ ହୋଇଥିବା ବୁଥ କମିଟି ସଦସ୍ୟଙ୍କ ସହିତ ଭୋଟର ତାଲିକା ସମ୍ପର୍କରେ ବିଚାର ବିମର୍ଷ କରିଥିଲେ। ଏଦିଗରେ ସମସ୍ତ ସଦସ୍ୟ ମାନେ ନିରନ୍ତର କାର୍ଯ୍ୟ କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଯୁବ ସଭାପତି ଲଳିତ ରାଉତ, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସ, ସତ୍ୟାନନ୍ଦ ମହାପାତ୍ର, ବନମାଳୀ ପୃଷ୍ଟି ପ୍ରମୁଖ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ।