ଅଗ୍ନିକାଣ୍ଡ ଯୋଗୁଁ ଛଣ ଗଦା ନଷ୍ଟ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ରାଢୋ ଗ୍ରାମରେ ଅଗ୍ନିକାଣ୍ଡ ଘଟିବାରୁ ଗୁଣାକର ରାଉତଙ୍କ ଦୁଇଗୋଟି ଛଣଗଦା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ବେଳେ ଛଣ ଗଦାରେ ନିଆଁ ଲାଗିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଆଖପାଖ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇନଥିଲା। ଏନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ସଂଗେ ସଂଗେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚିଥିଲେ। ପ୍ରାୟ ତିନି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଅଗ୍ନିଶମ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଛଣ ଗଦା ଦୁଇଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ସଠିକ କାରଣ ଜଣାପଡି ନାହିଁ।