ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱୀତ ଯୁବ ବିକାଶ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ କ୍ରମେ ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଦୁଇ ଦିନିଆ କ୍ରୀଡା ଉତ୍ସବ ସ୍ଥାନୀୟ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ । ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ , ବରିଷ୍ଠ ପ୍ରାଧ୍ୟାପକ ଡଃ ବିମଳ ପ୍ରସାଦ ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ରୁ ଅଧିକ ଯୋଗଦାନ କରିବା ପାଇଁ ଉତ୍ସାହିତ କରିଥିଲେ ।୧୦୦ମିଟର ଦୈାଡ ପ୍ରତିଯୋଗିତାକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ କ୍ରୀଡା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିବା ନିମନ୍ତେ ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟ ଖଲିକୋଟର ଟି ଶିବାନନ୍ଦ ବର୍ମା, ନୋଡାଲ ଅଫିସର ଅଧ୍ୟାପିକା ମିନତୀ ମହାପାତ୍ର, କୀଡ୍ରା ଦାୟିତ୍ୱରେ ଥିବା ଅଧ୍ୟାପିକା ପ୍ରମିତା ଚୈାଧୂରୀ ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ