ବିଜେପି ପକ୍ଷରୁ ବ୍ଲକ ଘେରାଉ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ର ମୁଖ୍ୟ ଫାଟକ ଆଗରେ ବିଜେପି କର୍ମୀ ମାନେ ଧାରଣା ରେ ବସି ଆନ୍ଦୋଳନ କରିଥିଲେ ! ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଲିପ୍ତ ରହିଥିବା କହିଥିଲେ ବିଜେପି ର ପୂର୍ବତନ ସଭାପତି ବିଭୁତି ଜେନା ! ସେହିପରି କୁକୁଡାଖଣ୍ଡି ବ୍ଲକ ବହୁତ ପରିମାଣରେ ପିସି କାରବାର ଚାଲିଥିବା କହିଥିଲେ ! ତାହା ସହ କୁକୁଡାଖଣ୍ଡି ବ୍ଲକ ର ଅଧିକାଂଶ କ୍ଷେତ ରେ ପାଣି ର ଅଭାବରୁ ଧାନ ଚାଷ ଗୁଡିକ ନଷ୍ଟ ହୋଇଛି ଯଦ୍ଦ୍ୱାରା କୁକୁଡାଖଣ୍ଡି ବ୍ଲକ କୁ ମରୁଡି ଘୋଷଣା କରାଯାଉ ବୋଲି କହିଥିଲେ ଶ୍ରୀ ଜେନା ! ଏ ଅବସରରେ ବିଜେପି ଜ଼ିଲ୍ଲା ସଭାପତି ସୁବାସ ସାହୁ , ଶ୍ରୀ କାନ୍ତ ପାଢ଼ୀ, ପରେଶ , ବାବୁଲା,, ଗୌତମ ମହାରଣା, ଦେବାନନ୍ଦ , ଅଦଲ ନନ୍ଦକିଶୋର , ଏଲ ମୋହନ , ନାରାୟଣ ଦଲାଇ ସମେତ ବହୁ ବିଜେପି କର୍ମୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ ! କୁକୁଡାଖଣ୍ଡି ବ୍ଲକ କୁ ମରୁଡି ଘୋଷଣା କରିବା ପାଇଁ ରାଜ୍ୟ ସରକାର ଙ୍କ ଉଦ୍ୟଶରେ କୁକୁଡାଖଣ୍ଡି ବିଡ଼ିଓ କୁ ଦାବି ପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ବିଡ଼ିଓ ଅନୁପସ୍ଥିତ ହେତୁ ବ୍ଲକ ର ବରିଷ୍ଠ କିରାଣୀ ଶବର ବାବୁ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ଉପସ୍ଥିତ ଥିବା ବିଜେପି କର୍ମୀ ମାନେ ! ତାପରେ ବିଜେପି କର୍ମୀ ଓ ଚାଷୀ ମାନେ ବ୍ଲକ ଅଫିସ ପାଖରୁ ବାହାରି ତହସିଲ ଅଫିସ କୁ ଯାଇ ତହସିଲଦାର ଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିଲେ ! ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା ସାହୁ, ନିମଖଣ୍ଡି ଥାନା ଅଧିକାରୀ ରେବତୀ ଶବର, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ସମେତ ଉପସ୍ଥିତ ରହିଥିବା ବେଳେ ସଦର ଥାନା ପକ୍ଷରୁ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ସୂଚନା ଦେଇଥିଲେ ସଦର ଥାନା ଅଧିକାରୀ ଅନିତା ସାହୁ !