ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟ ରେ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟ ରେ ଆଜି ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସିମାଞ୍ଚଳ ପଟ୍ଟନାୟକ ଙ୍କ ପୈ।ରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ତଥା କଲେଜ ପରିଚାଳନା କମିଟି ସଭାପତି ବାସୁଦେବ ମହାପାତ୍ର ସମ୍ମାନିତ ଅତିଥି ଏନ୍ ଏ ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୋଡାଲ ଅଧିକାରୀ ଡକ୍ଟର ସୁବ୍ରତ କୁମାର ଷଡଙ୍ଗୀ ନିଜ ବକ୍ତବ୍ୟରେ ପାଠପଢ଼ା ସହିତ ଛାତ୍ରଛାତ୍ରୀ ଙ୍କୁ କ୍ରୀଡା,ଯୋଗ , ପ୍ରାଣାୟମ ଆଦିର ଆବଶ୍ୟକତା ରହିଥିବା କହିଛନ୍ତି। ଉପସ୍ଥିତ ଅତିଥିବୃନ୍ଦ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ଙ୍କ ର ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି କହିଛନ୍ତି । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଶ୍ରୀରାମ ମିଶ୍ର, ଅଧ୍ୟାପକ ରମେଶ ସେନାପତି, ସୁରେନ୍ଦ୍ର ପଣ୍ଡା, ଅଧ୍ୟାପିକା ବନିତା ଖଟେଇ, ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ସାହୁ, ଅଜିତ କୁମାର ମିଶ୍ର,ସମୀର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାମନାଥ ପାତ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ପ୍ରବୀର କିଶୋର ପ୍ରଧାନ ସଞ୍ଜୋଜନା କରିଥିବା ବେଳେ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ।