ଛତ୍ରପୁର ରେ ୧୦୮ ହନୁମାନ ଚାଳିଶା ପାରାୟଣ ଶ୍ରଦ୍ଧାଳୁ ଙ୍କ ଭିଡ଼
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ତାଡେ଼ପଲ୍ଲୀ ସାହି ଠାରେ ୧୦୮ ହନୁମାନ ଚାଳିଶା ପାରାୟଣ ଅନୁଷ୍ଠିତ ହୋଇଯାଇଛି l ତାଡେ଼ପଲ୍ଲୀ ସାହି ସ୍ଥିତ ସମାଜସେବୀ ଡମ୍ବୁରୁଧର ସାହୁ ଙ୍କ ଘରେ ଆୟୋଜିତ ଏହି ୧୦୮ ହନୁମାନ ଚାଳିଶା କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ସମେତ ସହରର ବହୁ ଜନସାଧାରଣ ଯୋଗ ଦେଇ ଏହି ହନୁମାନ ଚାଳିଶାରେ ସାମିଲ ହୋଇଥିଲେ l ହନୁମାନଙ୍କ ଚାଳିଶା ଗାନ କରି ସମସ୍ତେ ଆତ୍ମ ବିଭୋର ହେବା ସହ ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ପୂର୍ବାହ୍ନ ୬ଟା ରେ ହନୁମାନ ଙ୍କ ପୂଜା ଆରମ୍ଭ କରାଯାଇଥିବା ବେଳେ ଆଳତି, ହନୁମାନ ଚାଳିଶା ପାରାୟଣ, ପ୍ରସାଦ ସେବନ ଆଦି ଅନୁଷ୍ଠିତ ହୋଇଥିଲା l ସମାଜସେବୀ ଡମ୍ବୁରୁଧର ସାହୁ ଓ ତାଙ୍କ ଧର୍ମ ପତ୍ନୀ ରେଣୁବାଳା ସାହୁ କର୍ତା ଭାବେ ଯୋଗ ଦେଇ ପୂଜାର୍ଚନା କରିଥିଲେ l