ବିଜେପି ର ପୁରୁଷୋତ୍ତମପୁର ବ୍ଲକ ଘେରାଉ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ସାରା ରାଜ୍ୟରେ ପ୍ରତି ବ୍ଲକରେ ବିଭିନ୍ନ ପ୍ରସଙ୍ଗ କୁ ନେଇ ଆଜି ବିଜେପି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି। ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ଉପସଭାପତି ଅନିଲ କୁମାର ପଣ୍ଡା ଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଶତାଧିକ କର୍ମୀ ସ୍ବପ୍ନେଶ୍ବର ମନ୍ଦିର ଆଗରେ ଏକତ୍ରିତ ହୋଇ ହାତରେ ବ୍ୟାନର, ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ଆବାସ ଯୋଜନା ଦୁର୍ନୀତି, ପିସି କାରବାର ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନାରାଦେଇଥିଲେ । ପ୍ରତିବାଦ ରାଲିରେ ପ୍ରଥମେ ଏନ୍ ଏ ଏସି କାର୍ଯ୍ୟାଳୟ ଘେରାଉ କରିଥିଲେ।ପରେ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ପ୍ରବେଶପଥ ସମ୍ମୁଖରେ ଆଗରେ ଦୀର୍ଘ ସମୟ ପ୍ରତିବାଦ ସଭା କରିବା ସହ କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ବିଡ଼ିଓଙ୍କ ଅନୁପସ୍ଥିତିରେ ତହସିଲଦାର ଲୋପାମୁଦ୍ରା ରଥ ଙ୍କୁ ଜିଲ୍ଲାପାଳ ଙ୍କ ଉଦେଶ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭାରତୀ ବେହେରା, ପୃଥିବୀରାଜ ମହାପାତ୍ର,ଯଜ୍ଞ ନାରାୟଣ ଦାଶ, ସୂର୍ଯ୍ୟ ନାରାୟଣ ମହାରଣା,କୋରାନାଥ ସ୍ବାଇଁ,ମାନସ ଗୈାଡ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।