ମରୁଡି ଘୋଷଣା ନେଇ ସାନଖେମୁଣ୍ଡି ବିଜେପି ପକ୍ଷରୁ ବ୍ଲକ୍ ଘେରାଉ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ନିଅଣ୍ଟିଆ ବର୍ଷା ସହ ଚାଷ ପାଇଁ ଜଳ ଭଣ୍ଡାରରେ ପାଣି ମହଜୁଦ ନଥିବାରୁ ଗଞ୍ଜାମ ଜିଲ୍ଲାରେ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ଜମିର ଖରିଫ ଫସଲ ପାଇଁ ବିନିଯୋଗ କରିଥିବା ଉଦ୍ଧାର ଟଙ୍କାର ଭରଣା କରିବା ଚାଷୀ ପକ୍ଷରେ ଅସହ୍ୟ ହେଉଥିବା ବେଳେ ସରକାରଙ୍କ କୃଷି ଓ କୃଷକଙ୍କ ପ୍ରତି କରୁଥିବା ଯୋଜନା ଗୁଡିକ ଚାଷୀଙ୍କ ପାଇଁ ଫଳପ୍ରଦ ହୋଇପାରୁ ନାହିଁ। ମରୁଡି ସ୍ଥିତିକୁ ମୁକାବିଲା କରିବାରେ ସରକାର ବିଫଳ ହୋଇଥିବା ବେଳେ ଉଜୁଡ଼ା ଫସଲ ଜମିକୁ ଦେଖି ଚାଷୀ ମାନସିକ ଚାପରେ ରହୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନିର୍ଦ୍ଧେଶ ମତେ ବ୍ଲକ ସ୍ତରରେ ଚାଷୀଙ୍କୁ ନେଇ ଆନ୍ଦୋଳନ କରି ସ୍ଥାନୀୟ ବିଡ଼ିଓଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଠାରେ ବ୍ଲକ କୁ ମରୁଡି ଘୋଷଣା କରିବାକୁ ଦାବି କରୁଛି। ଏହା ସହିତ ଚାଷୀଙ୍କ ଆର୍ଥିକ ପୁନଃରୁଥାନ ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାନଖେମୁଣ୍ଡି ବିଜେପି ପକ୍ଷରୁ ଏକ ବିଶାଳ ରାଲିରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ପ୍ରଦୀପ କୁମାର ପତ୍ରୀଙ୍କ ନେତୃତ୍ୱରେ ଏକ ହଜାର ରୁ ଉର୍ଦ୍ଧ ଜନ ସମାବେଶ ପାଟପୁର ବଟେଶ୍ୱରି ଛକରୁ ବାହାରି ସାନଖେମୁଣ୍ଡି ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା ସହ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।ଏହା ସହିତ ବ୍ଲକ ଅଞ୍ଚଳରେ ଚାଲୁଥିବା ଜନକଲ୍ୟାଣ ଜନିତ ନିର୍ମାଣ କାର୍ଯ୍ୟ , ମନରେଗା , ସାମାଜିକ ସୁରକ୍ଷା ଭତ୍ତା ଆଦିରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରାଯାଇଛି । ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କ ସହ ବହୁ ସଂଖ୍ୟାରେ ମହିଳା ଓ କ୍ଷତିଗ୍ରସ୍ତ ଚାଷୀଙ୍କ ପଦଯାତ୍ରା ସମାବେଶରେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା ସହ ରାଜ୍ୟ ନବୀନ ସରକାରଙ୍କ କୃଷିନୀତିକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ଏହା ସହିତ ଜିଲ୍ଲାକୁ ଅତିଶିଘ୍ର ମରୁଡି ଘୋଷଣା ଦାବି ସହ ଅତିରିକ୍ତ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶୃଙ୍ଖଳା ବ୍ୟବସ୍ଥା ପାଇଁ ଆସିକା ଉପ ଖଣ୍ଡ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ସିଂ ଙ୍କ ପ୍ରତ୍ୟକ୍ଷା ତତ୍ବାବଧାନରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ଦୁଇ ପ୍ଲାଟୁନ ପୋଲିସ ମୁତୟନ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ