ଜନଆକ୍ରୋଶ ବ୍ଲକ ଘେରାଓ ରେ ସଦର ବିଜେପିର ଜନସମୁଦ୍ର

ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ବାଲେଶ୍ୱର ସଦର ବିଜେପି ତରଫରୁ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ସଦର ବ୍ଲକ ସମ୍ମୁଖରେ ‘ଜନଆକ୍ରୋଶ ବ୍ଲକ ଘେରାଓ’ କରାଯାଇଛି । ଶ୍ରୀ ଦତ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି ବ୍ଲକ ଘେରାଓରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ପ୍ରଥମେ ସଦର ବିଜେପି କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ବାହାରିଥିଲା । ଉକ୍ତ ରାଲି ଚିଡିଆପୋଲ ଦେଇ ସଦର ବ୍ଲକ ନିକଟରେ ପହଞ୍ଚିଥିଲା । ସେଠାରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଉକ୍ତ ସମାବେଶକୁ ପରିଚାଳନା କରିଥିଲେ । ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାଜ୍ୟର ନବୀନ ସରକାରଙ୍କର ସ୍ୱେଚ୍ଛାଚାରିତା, ପିସି କାରବାର, ମହାଦୁର୍ନୀତି ସଂପର୍କରେ କଡା ସମାଲୋଚନା କରିଥିଲେ । କେନ୍ଦ୍ରର ମୋଦୀ ସରକାର ରାଜ୍ୟ ସରକାରଙ୍କୁ ଚାହିଦା ଠାରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେଇଥିଲେ ମଧ୍ୟ ଅପାରଗ ସରକାର ଦଳୀୟ ଭିତ୍ତିରେ ଘର ଦିଆଯାଉଥିବା ବେଳେ ପ୍ରକୃତ ହିତାଧିକାରୀ ଆଜିବି ଘର ପାଇବାରୁ ବଂଚିତ ହୋଇ ରହିଛନ୍ତି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରକଳ୍ପଗୁଡିକୁ ପଲ୍ଲୀସଭା ଓ ଗ୍ରାମସଭା ନକରି ଏବଂ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ମତାମତ ନ ନେଇ ସେମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରି ଅନୁମୋଦନ କରିବାର ଅର୍ଥ ଗଣତନ୍ତ୍ରର କଣ୍ଠରୋଧ କରିବା ସହିତ ସମାନ । ମନରେଗାରେ ପ୍ରକୃତ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ନଯାଇ ଚଞ୍ଚକତା କରି ହଡପ କରାଯାଉଛି । ସରକାରୀ କର୍ମଚାରୀ ଦଳୀୟ ମନୋବୃତ୍ତି ନେଇ କାର୍ଯ୍ୟ କରୁଥିବାରୁ ଲୋକଙ୍କୁ ପ୍ରକୃତ ନ୍ୟାୟ ମିଳୁନାହିଁ, ଯାହା ଫଳରେ ନବୀନ ବାବୁଙ୍କର ମୋ ସରକାର ଏକ ପ୍ରହସନ ପାଲଟିଛି । ରାଜ୍ୟରେ ପଞ୍ଚାୟତରୁ ନେଇ ବ୍ଲକ ପର୍ଯ୍ୟନ୍ତ ଚାଲିଥିବା ୫୦% ପିସି କାରବାର । ବିନା ପିସିରେ କାମରେ ଫାଇଲ ଆଗତ ନାହିଁ । ତେଣୁ ଆଜିକାର ‘ଜନଆକ୍ରୋଶ ସଭା’ ଜରିଆରେ ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ସଦର ବ୍ଲକ ତରଫରୁ ବ୍ଲକ ପ୍ରଶାସନ ନିକଟରେ ୭ ଦଫା ଦାବୀ ଉପସ୍ଥାପନ କରୁଅଛୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ଚୟନ କରି ଘର ଯୋଗାଇ ଦିଆଯାଉ, ଆମ ଓଡିଶା ନବୀନ ଓଡିଶାର ପ୍ରକଳ୍ପ ଚୟନରେ ପଞ୍ଚାୟତର ଜନପ୍ରତିନିଧି ମାନଙ୍କ ପ୍ରସ୍ତାବକୁ ଅଗ୍ରାଧିକାର ଦେବା ସହ ପଲ୍ଲୀସଭା ଓ ଗ୍ରାମସଭା କରାଯାଉ, ମନରେଗାରେ ଅଭିଯୋଗମୂଳେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହିତାଧିକାରୀ ମାନଙ୍କୁ ଯଥାଶୀଘ୍ର ଜବ କାର୍ଡ ଯୋଗାଇ ଦିଆଯାଉ, ଅଧିକ ବୟସ, ବିଧବା, ଦିବ୍ୟାଙ୍ଗ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଭତ୍ତା ଯୋଗାଇ ଦିଆଯାଉ, ରାସନ କାର୍ଡରୁ ବଂଚିତ ବ୍ୟକ୍ତିଙ୍କୁ ଶୀଘ୍ର ରାସନ କାର୍ଡ ଯୋଗାଇ ଦିଆଯାଉ ଓ ରାସନ କାର୍ଡର ଗ୍ଦସଗ୍ଧର ଶୀଘ୍ର ଖୋଲାଯାଉ, ଜଡଝଝ ଅଧିନରେ ନିର୍ମାଣ ହୋଇଥିବା ପାଣିଟାଙ୍କି ତଥା ଅନ୍ୟାନ୍ୟ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ତଦନ୍ତ କରାଯିବା ସଙ୍ଗେସଙ୍ଗେ ମଂଜୁର ସତ୍ତ୍ୱେ କାର୍ଯ୍ୟାରମ୍ଭ ହୋଇନଥିବା ପ୍ରକଳ୍ପ ଗୁଡିକ ଶୀଘ୍ର ଆରମ୍ଭ ହେଉ, ବ୍ଲକରେ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଗୁଡିକ ଦଳୀୟ ଆଧାରରେ ପାତର ଅନ୍ତର ନକରି ଶୀଘ୍ର ବିଲ କରାଯାଉ । ପରିଶେଷରେ ବିଡିଓ ମହୋଦୟ ସଭାସ୍ଥଳକୁ ଆସି ଦାବୀପତ୍ର ଗ୍ରହଣ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ୭ ଦଫା ଦାବୀ ଗୁଡିକ ପୂରଣ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ପରେ ପ୍ରତିଶୃତିକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ଭଙ୍ଗ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜୀବନ ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ଓ ଶୁଭଙ୍କର ମହାପାତ୍ର, ସୁଷମା ବିଶ୍ୱାଳ, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଉପେନ୍ଦ୍ର ଶତପଥୀ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସୁଶାନ୍ତ ପଟ୍ଟନାୟକ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ବିଭୁପଦ ଦାସ, ବୈଲୋଚନ ଦାସ ଲକ୍ଷ୍ମୀଧର ବେହେରା, ବିଜୟ ପାଣିଗ୍ରାହୀ, ମଣ୍ଡଳ ସଭାପତି ବିଜୟ ଦାସ, ତପନ ଗିରି, ଅନୀଲ ପାତ୍ର, କାର୍ତ୍ତିକ ରାଉତ, ଚିତ୍ତରଞ୍ଜନ ପଣ୍ଡା, ସମାଜସେବୀ ବିଜୟ ସେଠୀ, ଆରସିଏମଏସ ସଭାପତି ସର୍ବେଶ୍ୱର ମହାନ୍ତି, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ମହାପାତ୍ର, ସରପଞ୍ଚ ରବିନାରାୟଣ ପ୍ରଧାନ, ବନିତା ଭୂୟାଁ, ରାମ ନାରାୟଣ ଦିବେଦୀ, ଜିତେନ ଜେନା, ଆରତୀ ଦାସ, ଜୟନ୍ତି ଆଦିକ, ସସ୍ମିତା ଦାସ, ଆରତୀ ଶତପଥୀ, ପ୍ରଫୁଲ୍ଲ ଦିବେଦୀ ଓ ହରିପଦ ବେହେରା, ସମିତିସଭ୍ୟ ମାୟାଧର ମହାଳିକ, ରଞ୍ଜନ ପାଣି, ରବୀନ୍ଦ୍ର ଜେନା, ପ୍ରିୟଙ୍କା ଜେନା, ହାରାମଣୀ ବେହେରା, ମାମନୀ ଜେନା, ରଞ୍ଜିତା ବେହେରା, କରୁଣାକର ବେହେରା, ନାଏବ ସରପଞ୍ଚ ରଞ୍ଜୁଲତା ଜେନା, ସୁମିତ୍ରା ବାରିକ, କାର୍ତ୍ତିକ ପ୍ରଧାନ, ଅନ୍ତର୍ଯ୍ୟାମୀ ବେହେରା, ସୁଭେଶ ନାୟକ, ଲକ୍ଷ୍ମୀଧର ମନ୍ତ୍ରୀ, ପିତାମ୍ବର ଭୂୟାଁ, ବିବେକାନନ୍ଦ ରାଉତ, ସଂଯୁକ୍ତା ମହାପାତ୍ର, ସସ୍ମିତା ଶୁକ୍ଳା, ମମତା ମହାପାତ୍ର, ମହୁଆ ପ୍ରଧାନ, ରଶ୍ମିତା ମଣ୍ଡଳ, ମାମୁନୀ ହାତୀ, ରାଜେଶ ମହାପାତ୍ର, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ପ୍ରହଲ୍ଲାଦ ଦାସ, ଜିତୁ ପରମାଣିକ, ଶକ୍ତି ପାଣିଗ୍ରାହୀ, ସୌରଭ ଚୌଧୁରୀ, ଜିତେନ୍ଦ୍ର ଷଡଙ୍ଗୀ ସମେତ ୩୭ ଗୋଟି ପଞ୍ଚାୟତର ବୁଥ ସଭାପତି ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ସମ୍ପାଦକ ଆଶିଷ ଘୋଷ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ