କୃଷ୍ଣଙ୍କୁ ମହାନାୟକର ପରିଚୟ ଦେଇଥିଲେ ସଖୀ ଯାଜ୍ଞସେନୀ

ବାଲେଶ୍ବର, (ସରୋଜ ପଣ୍ଡା) : ମହାଭାରତର କେନ୍ଦ୍ରବିନ୍ଦୁ ଶ୍ରୀକୃଷ୍ଣଙ୍କୁ ‘ମହାନାୟକ’ର ପରିଚୟ ଦେଇଥିଲେ ତାଙ୍କ ସଖୀ ଯାଜ୍ଞସେନୀ । ଯାଜ୍ଞସେନୀଙ୍କ ମନର ଅଭିମାନ, ବିଭିନ୍ନ ପ୍ରଶ୍ନ ଓ ଦ୍ବନ୍ଦ୍ବର ଉଚିତ୍ ଉତ୍ତର ଦେଇଥିଲେ ସଖା କୃଷ୍ଣ । ଅନେକ ସନ୍ତାପ, ଅନେକ ମାନସିକ ଯନ୍ତ୍ରଣାକୁ ମନରେ ଧାରଣ କରି ଦ୍ରୌପଦୀ ଯେଉଁ ଭଳି ଭାବରେ ନିରବରେ ନିଜ ଭାଗ୍ୟକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଥିଲେ, ସେଇ ପୃଷ୍ଠଭୂମିକୁ ଆଧାର କରି ବିଶିଷ୍ଟ ଔପନ୍ୟାସିକ ନୃସିଂହ ଚରଣ ସ ‘ଇତି ମହାନାୟକ’ ନାମରେ ଯେଉଁ ଉପନ୍ୟାସ ରଚନା କରିଥିଲେ ସେଇ ମହାନ ଉପନ୍ୟାସର ଲୋକାର୍ପଣ ଉତ୍ସବରେ ଅତିଥିମାନେ ଯୋଗଦେଇ ଏହି ମତ ପ୍ରଦାନ କରିଛନ୍ତି । ବାଲେଶ୍ବର ଷ୍ଟେସନ କ୍ଲଵ୍ ସଭାଗୃହ ଠାରେ ୧୮ ତାରିଖ ସନ୍ଧ୍ୟାରେ କବି ଅଭୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ରମାକାନ୍ତ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ କେଦାରନାଥ ସହାନ୍ତି ଏବଂ ଅତିଥିବକ୍ତା ଭାବରେ ଡକ୍ଟର ଭାଗବତ ବେହେରା, କବି କାଳୀପଦ ପଣ୍ଡା, ସାହିତ୍ୟିକ ପ୍ରଶାନ୍ତ ଦାସ, ଡକ୍ଟର ସନ୍ତୋଷ ନାୟକ, ଡକ୍ଟର ଅମରେନ୍ଦ୍ରଲାଲ୍ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଗୁରୁ ବ୍ରଜେଶ ପଣ୍ଡା, ଓ ପ୍ରକାଶିକା ମଞ୍ଜୁଲତା ବଳ ଆବାହନୀ ସଂଗୀତ ଗାନ କରିଥିଲେ । ଏହି ଅବସରରେ ନିକଟରେ ଶିକ୍ଷା, ସଂଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ବିଭିନ୍ନ ପୁରସ୍କାର ଲାଭ କରିଥିବା ଡକ୍ଟର ରମାକାନ୍ତ ବେହେରା, ବ୍ରଜେଶ ପଣ୍ଡା ଓ ମନୋରଞ୍ଜନ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭା ପରିଚାଳନାରେ ସହଯୋଗ କରିଥିଲେ ବିଦ୍ୟାଧର ନାୟକ, ଲଳିତ ମୋହନ ଦାସ, ନିତ୍ୟସୁନ୍ଦର ସ, ପ୍ରକାଶ ମହାପାତ୍ର, ଉଦ୍ଧବ ନାରାୟଣ ଦତ୍ତ ଏବଂ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ