ବିଜେଡି ସଭାପତିଙ୍କ ଯୋଗାଯୋଗ ପରେ ସୁଦୂର ତାମିଲନାଡୁରୁ ମହିଳା ଶ୍ରମିକଙ୍କ ଶବ ତାଙ୍କ ଘରେପହଞ୍ଚିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଜଗବନ୍ଧୁ ଦାସଙ୍କ ସହ ଯୋଗାଯୋଗ ପରେ ସୁଦୂର ତାମିଲନାଡୁରେ ମୃତ୍ୟୁବରଣ କରିଥିବା ମହିଳା ଶ୍ରମିକଙ୍କ ଶବ ତାଙ୍କ ଘରେ ପହଁଚିଲା. ଘଟଣାରୁ ପ୍ରକାଶ, ବିଜୁ ଜନତା ଦଳର ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସହଯୋଗରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନଙ୍କ ସହାୟତାରେ ତାମିଲିନାଡୁର ତିରୁପୁରୁ ଆମ୍ବୁଲାନସରେ ମୃତଦେହକୁ ଅଣାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାପ୍ରକାରେ ଛେଳିଗଡ ଖ୍ରୀଷ୍ଟାଆନ ସାହି ବାସିନ୍ଦା ସୁଦାମ ସ୍ବାଲସିଂ ଓ ତିନି ପୁଅଙ୍କୁ ଛାଡି ଚାଲିଯାଇଥିଲେ । ତିନି ପୁଅଙ୍କ ଭରଣପୋଷଣ ପାଇଁ ନମିତା ଶ୍ରମିକ କାମ କରିବାକୁ ତିରୁପୁରୁ ଯାଇଥିଲେ । ହେଲେ କୌଣସି ଏକ ରୋଗରେ ଆକ୍ରାନ୍ତ ହେବାରୁ ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହ ନିଜଗ୍ରାମକୁ ଆଣିବା କଷ୍ଟକର ହୋଇଥିଲା ଏବଂ ଏଥୂପାଇଁ ସେମାନେ ଭାଙ୍ଗି ପଡିଥିଲେ । କୌଣସି ରାସ୍ତା ନ ପାଇ ପରିଶେଷରେ ସ୍ଥାନୀୟ ଯୁବକ ଜରିଆରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଦାସଙ୍କ ସହ ଯୋଗାଯୋଗ କରିଥିଲେ । ସେ ସଙ୍ଗେ ସଙ୍ଗେ ବ୍ଲକ ଓ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ମୃତଦେହ ଯେପରି ଛେଳିଗଡଅଣାଯିବା ବ୍ୟବସ୍ଥା କରିଥିଲେ । ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ହସ୍ତକ୍ଷେପ ପରେ ତିରୁପୁରରୁ ଆମ୍ବୁଲାନସରେ ଛେଳିଗଡ ଖ୍ରୀଷ୍ଟିଆନ ସାହିକୁ ମୃତଦେହ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏଥସହ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ ଓ ତହସିଲଦାର ଜ୍ୟୋତିର୍ମୟୀ ଦାସ ଓ ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଜିଲ୍ଲା ପ୍ରଶାସନ ତରଫରୁ ୪୦ ହଜାର ଟଙ୍କା, ରେଡକ୍ରସ ତରଫରୁ ୨୦ ହଜାର ଏବଂ ହରିଚନ୍ଦ୍ର ଯୋଜନାରେ ୫ ହଜାର ଟଙ୍କା ମୃତକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ