ବିଜେପି ପକ୍ଷ ରୁ ବିରାଟ ଜନ ଆକ୍ରୋଶ କାଶୀନଗର ବ୍ଲକ ଘେରାଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ବିଜେପି ମଣ୍ଡଳ ପକ୍ଷ’ରୁ କାଶୀନଗର ଠାରେ ଓଡ଼ିଶା’ରେ ଚାଲିଥିବା ସରକାରୀ ଦୁର୍ନୀତି ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧ’ରେ ଜନ ଆକ୍ରୋଶ କାଶୀନଗର ବ୍ଲକ୍ କାର୍ଯ୍ୟାଳୟ ଘେରାଉ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର’ରେ କାଶୀନଗର ବ୍ଲକ ବିଜେପି: ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶ ଏବଂ ଉମା ଚରଣ ଗନ୍ତାୟତ’ଙ୍କ ନେତୃତ୍ୱ’ରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ରାଜ୍ୟ ସରକାର’ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ । ସେଠାରେ କାଶୀନଗର ବ୍ଲକ୍ କେ: ସିତାପୂର୍ ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶ’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ ଯୋଗ ଦେଇ ଓଡ଼ିଶା ରାଜ୍ୟ ସରକାର’ଙ୍କ ସବୁ ବିଭାଗ ଓ ସବୁ ସ୍ତରରେ ଦୁର୍ନୀତି ଓ ପିସି: କାରବାର ବଢ଼ିଚାଲିଛି । ପାଇଖାନା ,ବିଦ୍ୟୁତ୍ ସଂଯୋଗ , ପିଏମ୍ ଆବାସ ଘର , ପିଏମ: କିସାନ ନିଧି ଯୋଜନା , ରାସନ୍ କାର୍ଡ , କୃଷି କ୍ଷେତ୍ରରେ ମରୁଡି ଓ ଚାଷୀ’ଙ୍କୁ ହଇରାଣ ଯେଉଁଥିରେ ହେଲେ ମଧ୍ୟ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଗଲାଣି । ପଞ୍ଚାୟତ ଉନ୍ନତିକରଣ ପାଇଁ ଯେଉଁ ୫୦ ଲକ୍ଷ ଟଙ୍କା ଦିଆଯାଇଛି , ତାର ଖର୍ଚ୍ଚ ପାଇଁ କୌଣସି ଗ୍ରାମସଭା କି ପଲ୍ଲୀସଭା ମାଧ୍ୟମରେ ହେଉନି , ସରକାରୀ ଆଫିସର’ଙ୍କ ଦ୍ଵାରା ଟଙ୍କା ହରିଲୁଟ କରିନେବା ପ୍ରୟାସ ଚାଲିଛି । ଓଡ଼ିଶାରେ କେବଳ ହରିଶ୍ଚନ୍ଦ୍ର ଯୋଜନା ଛାଡ଼ିଦେଲେ , ବାକି ଯେତେ ଯୋଜନା ସବୁ କେନ୍ଦ୍ର ସରକାରଙ୍କ ଯୋଜନା ଆସୁଛି । ହେଲେ ଓଡ଼ିଶା’କୁ ଆସୁଥିବା କେନ୍ଦ୍ରୀୟ ଯୋଜନା ନାମ ପରିବର୍ତ୍ତନ କରାଯାଇ ତାହା ରାଜ୍ୟ ଯୋଜନା’ରେ ନାମ ପରିବର୍ତ୍ତନ କରି ଯୋଜନା ନିଜ ନାମରେ ପ୍ରସ୍ତୁତ କରାଯାଇ ଲୋକ’ଙ୍କୁ ଭୋଟ ଲାଳସାରେ ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ’ରେ ବିଜେପି ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ କୁମାର ସାବତ’ଙ୍କ ସମେତ ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର , କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଚିତ୍ରୀ ସିମାଦ୍ରୀ , ଶ୍ରୀ କେ: ଯୁବରାଜ , ଅନିଲ କୁମାର ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାର’ଙ୍କ ନୀତି ଓ ସରକାରୀ ଅଧିକାରୀ ମାନଙ୍କ ଦୁର୍ନୀତି ବିରୋଦ୍ଧ’ରେ ବର୍ଷିଥିଲେ । ପରେ ମହାମାନ୍ୟ ରାଜପାଳ’ଙ୍କ ଉଦ୍ଦେଶ୍ୟ’ରେ ଏକ ସ୍ମାରକପତ୍ର ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶ’ଙ୍କ ନେତୃତ୍ୱ’ରେ ବିଡ଼ିଓ:ଙ୍କ ଅନୁପସ୍ଥିତି’ରେ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଁ ନାରାୟଣ ପାଢୀ’ଙ୍କ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ’ରେ ବହୁ ସଂଖ୍ୟାରେ କାଶୀନଗର ବ୍ଲକ୍ ଅନ୍ତର୍ଗତ କେ: ସିତାପୁର ଓ ଖାଣ୍ଡବା ମଣ୍ଡଳ ବିଜେପି: ର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ନେତା ଓ କର୍ମକର୍ତ୍ତା ସମେତ ଚାଷୀ ମାନେ ସେମାନଙ୍କ ମରୁଡି ଧରିଥିବା ଧାନକେଣ୍ଡା ଧରି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ