ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ପାରଳା ସହର ଆଜି ଚଳଚଞ୍ଚଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଆଜି ଦିନିକିଆ କ୍ରିକେଟ୍ ବିଶ୍ଵକପର ଫାଇନାଲ୍ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏନେଇ ପାରଳା ସହର ଚଳଚଞ୍ଚଳ ହୋଇ ଉଠିବା ସହିତ ଆବଳ ବୃଦ୍ଧାବନୀତାଙ୍କ ଠାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଖେଳ ଦେଖିବା ପାଇଁ ପରଦା, ଏଲଇଡି ଆଦି ଲଗାଯାଇଛି । ସେହିପରି ଗଜପତି ଷ୍ଟାଡିଅମ, ହୋଟେଲ୍ ଓ କ୍ଲବ୍ ଘର ଆଦିରେ ଏଭଳି ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଆଜି ସହରର ବିଭିନ୍ନ କମ୍ପ୍ୟୁଟର ଦୋକାନ ଗୁଡ଼ିକରୁ ପ୍ରୋଯେକ୍ଟର ଗୁଡ଼ିକୁ ଭଡ଼ାରେ ନିଆଯାଇଛି। ବିଦ୍ୟୁତ୍ ସମସ୍ୟା ପାଇଁ ଜେନେରେଟର ଓ ଡିଜି ସେଟ ବ୍ୟବସ୍ଥା କରାଯାଇଛି। ଯୁବ କ୍ରୀଡ଼ାବିତଙ୍କ ସହ ଆଲୋଚନା ବେଳେ ସେମାନେ କହିଥିଲେ କି, ମ୍ୟାଚକୁ ଭାରତ ଜିଣିବ। ଶ୍ରେୟସ ଆୟର ହ୍ୟାଟ୍ରିକ ଶତକ ମାରିବେ ଓ ବିରାଟଙ୍କ ବ୍ୟାଟରୁ ମଧ୍ୟ ରନ୍ ବର୍ଷା ହେବ। ସେହିପରି ଅଶ୍ବିନୀଙ୍କ ସ୍ପିନ ଜାଲରେ ଅଷ୍ଟ୍ରେଲିଆ ଛନ୍ଦି ହୋଇଯିବ। ହୋଟେଲ ମାଲିକମାନେ କହିଛନ୍ତି,ଆଜି ବିଭିନ୍ନ ପ୍ରକାର ଖାଦ୍ୟର ବୁକିଂ ସରିଛି। ଚିକେନ୍ ବିରିଆନି ଓ କୋଲଡ୍ରିଙ୍କ୍ସର ଚାହିଦା ଅଧିକ ରହିଥିବା ବେଳେ ସେଥିପାଇଁ ସ୍ବତନ୍ତ୍ର ଅଫର ବ୍ୟବସ୍ଥା କରାଯାଇଛି।