୩୧ତମ ରାଜ୍ୟସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସରେ ଗଜପତିର ସଫଳତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ୩୧ତମ ରାଜ୍ୟ ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ରେ ଗଜପତି ଜିଲ୍ଲା ର ୫ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ର ଏକାଡେମୀକସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକ ଙ୍କ ତତତ୍ଵାବଧାନରେ ଓ ସହାୟକ ଶିକ୍ଷୟତ୍ରୀ କବିତା ରାଉତ ଓ ଶ୍ରାଧମୟୀ ପାଢ଼ୀଙ୍କ ସହୋଯୋଗ ରେ ଅଂଶ ଗ୍ରହଣ କରିଥିଲେ ।ସେମାନେ ହେଲେ ପପୁନ ମହାରଣା, ସରକାରୀ ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି, ଅନିତା ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର, ଏ ଗୌତମୀ, ବି ଏମ୍ ଉଚ୍ଚ ବିଦ୍ୟାଳୟ ଖାରଡା, ମୁନା ଦୋଲାଇ, ଏସ୍ କେ ସି ଜି ଉଚ୍ଚ ବିଦ୍ୟାଳୟ ଗୁରଣ୍ଡି, ବର୍ଶିତା ଦାସ, ସରସ୍ୱତୀ ଶିଶୁ ମନ୍ଦିର ପାରଳାଖେମୁଣ୍ଡି। ଭୁବନେଶ୍ୱର ସ୍ଥିତ ଡୁନ ଇଣ୍ଟରନେସନାଲ ସ୍କୁଲ ଠାରେ ୧୮.୧୧.୨୦୨୩ ଓ ୧୯.୧୧.୨୦୨୩ ଧରି ଅନୁଷ୍ଟିତ ହୋଇଥିବା ୩୧ତମ ରାଜ୍ୟ ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ବର୍ଶିତା ଦାସ ଡ ଆର୍ ଅନ୍ ରାୟ ଙ୍କ ଦ୍ୱାରା ପୁରସ୍କୃତ ହୋଇ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି। ଛାତ୍ରୀ ର ଏହି କ୍କୃତିତ୍ଵ କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋସ କୁମାର ନାୟକ, ବିଜ୍ଞାନ ନୀରିକ୍ଷକ ଏ ରବି କୁମାର, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ