ନୂଆଗଡ଼ ବ୍ଲକ ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ପରିଦର୍ଶନରେ ଆସିଥିଲେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓ। ପ୍ରଥମେ ବ୍ଲକ କାର୍ଯ୍ୟାଳୟର ଆର୍ଥିକ ପରିଚାଳନା,ଉନ୍ନୟନ, ମନରେଗା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ଗ୍ରାମ୍ୟ ଗୃହ ନିର୍ମାଣ, ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ପାନୀୟ ଜଳ ଯୋଗାଣ, ସମାଜ ମଙ୍ଗଳ ତଥା ପେନସନ ଇତ୍ୟାଦି ସମସ୍ତ ବିଭାଗର କାଗଜ ପତ୍ର ଯାଞ୍ଚ କରିବା ସହିତ ଏହା ସବୁ ଠିକ ଭାବେ ପରିଚାଳିତ ହେଉଛି କି ନାହିଁ ତାହାର ପଙ୍ଖାନୁ ପଙ୍ଖ ଭାବେ ତଦାରଖ କରି ଏହାର ସମୀକ୍ଷା କରିଥିଲେ। ତତ୍ପରେ ଉଦଘାଟନ ଅପେକ୍ଷାରେ ଥିବା ନୂଆଗଡ଼ ସଦର ମହକୁମା ସ୍ଥିତ ଓଡ଼ିଶା ରାଜ୍ୟ ପରିବହନ ନିଗମ ଦ୍ଵାରା ପରିଚାଳିତ ନିର୍ମାଣ ଧିନ ନୂତନ ବସ ଷ୍ଟାଣ୍ଡର ପରିଦର୍ଶନ କରି ସେଠାକାର ଯାତ୍ରୀ ପ୍ରତିକ୍ଷାଳୟ,ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା, ଜଳପାନ କକ୍ଷ, ବଜାର ଗୃହ କର୍ମଚାରୀଙ୍କ ପାଇଁ ବିଶ୍ରାମ ସ୍ଥାନ ଇତ୍ୟାଦିର ବିଷୟ ନିରୀକ୍ଷଣ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ସମିତିର ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ସମନ୍ମିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝି, ସ୍ଥାନୀୟ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ୟୁମ୍ନ କୁମାର ଦାସ, ଭରପ୍ରପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ରଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଉକ୍ତ ତଦାରଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।