ବିଶ୍ୱ ପାଇଖାନା ଦିବସ ପାଳିତ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଳ ଓ ପରିମଳ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପରିମଳ ବିଭାଗର ବ୍ଳକ ସଂଯୋଜକ ସୁବାସ ଚନ୍ଦ୍ର ରାଉତଙ୍କ ତତ୍ୱାବଧାନରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ବିଡିଓ ତପନ ମହାପାତ୍ର, ଡିଏସସି ରଂଜିତ ପରିଡା ପ୍ରମୁଖ ଯୋଗ ଦେଇ ପାଇଖାନା ବ୍ୟବହାର ଓ ଉକ୍ତ ଦିବସ ଉପରେ ଆଲୋକପାତ କରିଥିଲେ । ପରେ ନୂତନ ପାଇଖାନା ନିର୍ମାଣ କରିବା ପାଇଁ ଚିହ୍ନଟ ହିତାଧିକାରୀଙ୍କୁ ଅନୁମତି ପତ୍ର ପ୍ରଦାନ କରାଯାଇଥିଲା । କ଼ର୍ମଶାଳାରେ ବ୍ଳକର ବିଭିନ୍ନ ପଂଚାୟତର ସରପଂଚ, ସମିତି ସଭ୍ୟ, ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ