ବାଲିପଦରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ

ବୁଗୁଡା, (ଅନିଲ କୁମାର ମହାରଣା) : ଓଡ଼ିଆ ଭାଷା ଭିତ୍ତିକ ରାଜ୍ଯ ଓଡ଼ିଶା ଦିନେ ସାହିତ୍ୟ କ୍ଷେତ୍ରରେ ବିଶ୍ବବିଦିତ ହୋଇଥିବା ବେଳେ ସଂପ୍ରତି ଅବକ୍ଷୟ ଆଡକୁ ଗତି କରିବାରେ ଲାଗିଛି। ଯୁବ ସାହିତ୍ୟିକ ମାନେ ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବାର ଏବେ ବେଳ ଆସିଛି ବୋଲି ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରଥମ ଓ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିପ୍ଲବୀ କବି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ନଭେମ୍ବର ୧୯ ତାରିଖ ପ୍ରଥମ ଦିନର ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରଥିବା ବେଳେ ବରେଣ୍ୟ ଅତିଥି ଭାବେ ପୂର୍ବତ୍ତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ପ୍ରଫେସର ପ୍ରଫୁଲ ଚନ୍ଦ୍ର ମହାନ୍ତି, ବାଲିପଦର କଲେଜ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ଯୋଗଦେଇ ଥେଲେ। ୨୦ ତାରିଖ ଦ୍ବିତୀୟ ଦିବସର ସମାବେଶରେ ମୁଖ୍ଯ ଅତିଥି ଭାବେ ବିଶିଷ୍ଠ ଅର୍ଥନୀତିଜ୍ଞ ତଥା ପୁର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ ବାଲିପଦର ଅଞ୍ଚଳର କୃଷ୍ଣସାର ମୃଗଙ୍କ ଅବାଧ ବିଚରଣକୁ ଅଞ୍ଚଳ ବାସି ଯେଭଳି ସୁରକ୍ଷା ଦେଇ ଆସିଛନ୍ତି ତାର ଭୁୟସି ପ୍ରସଂଶା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ, ଗବେଷକ ଶ୍ରୀରଙ୍ଗ ନାୟକ, ପ୍ରଫେସର କୈଳାଶ ବାଣ୍ଠ, ନମିତା ମିଶ୍ର, ସମିର କୁମାର ବେହରା, ସୌଦାମିନୀ ମିଶ୍ର, କବି ପ୍ରମୋଦ କୁମାର ପଣ୍ଡା, ମୋତିଲାଲ ପତି, କବି ଅନନ୍ତକର ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ଗଞ୍ଜାମର ଅବଦାନ ସମ୍ପର୍କରେ ବକ୍ତବ୍ଯ ରଖିଥିଲେ। କବି ଗୌରିପତି ଦାସ ଓ ଜୋତ୍ସ୍ନା ରାଣି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ଗୌରୀ ଶଙ୍କର ମିଶ୍ର, ବୈଷ୍ଣବ ଚରଣ ଦାସ, ଡ. ବ୍ରଜ କିଶୋର ପାଢ଼ୀ, ପଞ୍ଚାନନ ନାହାକ, ନେତାଜୀ ବିଷୋୟୀ, ସୁରେଶ ଚନ୍ଦ୍ର ପାଢ଼ୀ, ରଘୁନାଥ ସାହୁ, ବିଶ୍ବନାଥ ରଣା, ଇଂ.ବିପ୍ର ଚରଣ ପାତ୍ର, ଶ୍ରୀନିବାସ ପଣ୍ଡା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ,ଏ.ସର୍ଭିସ୍ ଆଚାରୀ, ଇ.ନୀଳାଞ୍ଚଳ ପାତ୍ର ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ କବି କବିତା ପାଠ କରିଥିଲେ। ଏହି ଅବସରରେ ବିଶିଷ୍ଠ ସମାଜ ସେବୀ ଡାକ୍ତର ଦୟାନିଧି ରାଉତ, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ନମିତା ମିଶ୍ର, ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ସମିର କୁମାର ବେହରା, ସମାଜସେବୀ ଧରଣିଧର ପଣ୍ଡା ଓ ହରପ୍ରିୟା ବିଷୋୟୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ବାଲିପଦର କଲେଜର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରା ଯାଇ ଥିବାବେଳେ ଦଣ୍ଡପାଣି ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ