ଦଧିବାମନଜୀଉ ସାହିତ୍ୟ ପରିଷଦର ସ୍ଵନକ୍ଷତ୍ର ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଏହି ବ୍ଲକ ଆଖୁଆପଦା ସ୍ଥିତ ହରି ସଂକୀର୍ତ୍ତନ ଭବନ ଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ସାହିତ୍ୟ ସଂସ୍କୃତି ପରିଷଦର ସ୍ଵନକ୍ଷତ୍ର ଉତ୍ସବ ତଥା ନବମ ବାର୍ଷିକ କବିତା ପାଠୋତ୍ସବ ସଭାପତି ନାରାୟଣ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ଟୁନିଵାଳା ଵିଶ୍ଵାଳ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ସାହିତ୍ୟ ମାଧ୍ୟମରେ ଆଧ୍ୟତ୍ମିକତା ସୃଷ୍ଟି ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।ସଂପ୍ରତି ଭାଷଣ ଲୋକଙ୍କୁ କଷଣ ଦେଉଥିବା ବେଳେ ଆଲୋଚନା ଵିନା ସାହିତ୍ୟ ପରିପୂର୍ଣ୍ଣ ହେଉନାହିଁ ବୋଲି ଅନ୍ୟତମ ଅତିଥି ଦାମୋଦର ନାୟକ କହିଥିଲେ।ଭାଗବତ ଟୁଙ୍ଗି ମାଧମରେ ସାହିତ୍ୟ ପରିପୁଷ୍ଟ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏଥିରେ ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ ଅର୍ଜୁନ ଚରଣ ବରାଳ, ସୌମ୍ୟରଂଜନ ଜେନା, ଗାୟକ ପ୍ରବର ପ୍ରାଣକୃଷ୍ଣ ସାହୁ ଆଧ୍ୟତ୍ମିକ କଵିତା ଉପରେ ଆଲୋଚନା କରିଥିଲେ।ପରିଷଦ ସମ୍ପାଦକ ଵୈଲୋଚନ ଜେନା ସମ୍ପାଦକୀୟ ବିବରଣୀ ପାଠ ଓ ସହ ସମ୍ପାଦକ କୀର୍ତ୍ତନ ବିହାରୀ ମଲ୍ଲିକ ଆଭିମୁଖ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ମୁଖପତ୍ର ଦଧିବାମନ,ଓଡିଶା ଗ୍ରାମ୍ୟ କୋଷ,କିଛି କଥା କିଛି ଗାଥା ଓ ପରତ୍ମା ଦାସଜୀ ମହାରାଜଙ୍କ ପ୍ରଭାତୀ ପ୍ରାର୍ଥନା ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ଶ୍ରୀ ଦୟାନିଧି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଅନେକ କବି କଵିତା ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଯୁବ ଉଦ୍ୟୋଗୀ ରଶ୍ମି ରଞ୍ଜନ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ଉତ୍ସବକୁ ପରିଷଦର ସଭ୍ୟ ଗୌରାଙ୍ଗ ଚନ୍ଦ୍ର ଜେନା,କାହ୍ନୁ ଚରଣ ଜେନା, ସ୍ମୃତିରଞ୍ଜନ ଜେନା,ଅନୁଷ୍କା ଜେନା ପ୍ରମୁଖ ପରିଚାଳନା କରିଥିଲେ।