ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଗୋପାଷ୍ଟମୀ ଅବସରରେ ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ମଞ୍ଜୁରୀ ସ୍ଥିତ ବଳଦେବଜୀଉ ପୀଠରେ ୭୨ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଗୋ ସମ୍ପଦ ମନୁଷ୍ୟ ପାଇଁ ମୂଲ୍ୟବାନ ବୋଲି କହିଥିଲେ। ଯିଏ ବଞ୍ଚିଥିବା ବେଳେ ସେବା ଓ ମରିଗଲେ ମଧ୍ୟ ସେବା ପ୍ରଦାନ କରିଥାଏ ତାକୁ ଗୋ ମାତା କୁହାଯାଏ ଏହି ଅବସରରେ ଅତିଥି ମାନେ ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ନିମନ୍ତ୍ରିତ ଅତିଥି ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ, ବିଡ଼ିଓ ଦେବଦତ୍ତ ଦାଶ, ମୁଖ୍ୟବକ୍ତା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଚନ୍ଦ୍ରଶେଖର ରଥ, ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସାଧିକାରୀ ଭବାନିଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଗୋ ସମ୍ବର୍ଦ୍ଧନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ବଦ୍ରିନାରାୟଣ ରାଉତ, ସରପଞ୍ଚ ସୁଜାତା ସାହୁ ପ୍ରମୁଖ ଏଥିରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ହୃଷିକେଶ ବେହେରା ଗୋ ସମ୍ବର୍ଦ୍ଧନା ଉତ୍ସବ ସମ୍ପର୍କରେ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଦେବ ପ୍ରକାଶ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଉତ୍ତମ ଗୋ ପାଳନ ପାଇଁ ଚକ୍ରଧର ଦାସ, ବିଜୟ ଦେ, ମାୟାଧର ସେଠୀ, ଭରତ ଜେନା, କାଳନ୍ଦୀ ବେହେରା, ଦାମୋଦର ଦାସଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହାଛଡା ଗାଈ ଗୋରୁଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଆୟୋଜିତ ଉତ୍ସବରେ ଅନେକ ଚାଷୀ, ଗୋ ରକ୍ଷକ, ପଶୁ ନିରୀକ୍ଷକ, ଗୋ-ମିତ୍ର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଡାକ୍ତର ସୁଶୀଲ କୁମାର ଧଳ, ସୁନୀଲ କୁମାର ଭୁଇଁଆ, ରାଜେଶ କୁଅଁର, ଯୋଗମାୟା ସିଂ, ଖାନ ସୁଦାସର ନଜର ପ୍ରମୁଖ ପରିଚାଳନା କରିଥିଲେ।