ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସମାଜ ପାଇଁ ଅତ୍ୟାବଶ୍ୟକ

ଜମନକିରା, (ଲିପନ ନାଏକ ) : କୁଚିଣ୍ଡା ମହାବିଦ୍ୟାଳୟର ବିଜ୍ଞାନ ପରିଷଦ ତରଫରୁ ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତା ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଡ଼ଃ ଅମୀୟ କୁମାର ପାତ୍ର ଏବଂ ଡ଼ଃ ସୁମନ୍ତ କୁମାର ପଟେଲ ବୈଜ୍ଞାନିକ ପଦ୍ଧତି ହି ନିର୍ଭୁଲ ଓ ନିଶ୍ଚିତ ସତ୍ୟ ଉଦଘାଟନ କରିବାରେ ସହାୟକ ବୋଲି ବକ୍ତବ୍ୟ ରଖିଥିଲେ । ଏହି ମେଳା ରେ ୧୩ଟି ପ୍ରକଳ୍ପ ଉଭୟ +୨ ଏବଂ +୩ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ସଭାରେ ଛାତ୍ରୀ ଶ୍ଵେତା କୁମାରୀ , ସ୍ୱସ୍ତିଦୀପା ଏବଂ ଛାତ୍ର ଅଙ୍କୁଶ ସେମାନଙ୍କର ପ୍ରକଳ୍ପ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅଧ୍ୟାପିକା ମଞ୍ଜୁଶ୍ରୀ ଦାଶ ସଭା ପ୍ରାରମ୍ଭରେ ସ୍ୱାଗତ ବକ୍ତବ୍ୟ ସହିତ ବିଜ୍ଞାନ ମେଳାର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ମତ ରଖିଥିଲେ ।ଯୁକ୍ତ ୨ ର ଶ୍ଵେତା କୁମାରୀ , ସଙ୍ଗୀତା ମୁଣ୍ଡା ,ପ୍ରାଚୀ ବେହେରା , ସ୍ୱସ୍ତିଦୀପା ଜେନା , ପ୍ରିୟାନି ସାହୁ ,ଜ୍ୟୋତିର୍ମୟୀ ବେହେରା ଏବଂ ଯୁକ୍ତ ୩ ର ଆଶୀର୍ବାଦ ଶତପଥୀ ,ସୁବ୍ରତ ବାଗ , ଡୋଲାମଣୀ ଠାକୁର , ଅର୍ପିତା ବେହେରା , ରାକ୍ଷୀ ଅର୍କ , ଲିପି ନାୟକ ମାନଙ୍କର ପ୍ରକଳ୍ପ ଗୁଡିକ ବିଚାରକ ମଣ୍ଡଳୀ ମାନଙ୍କ ଦ୍ୱାରା ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଭାବେ ଘୋଷଣା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ପ୍ରାଧ୍ୟାପିକା ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ