ପ୍ରଶାସନ ପ୍ରତିଶୃତି  ପାଳନ କଲେ ନାହିଁ ରାସ୍ତାନିର୍ମାଣ ଦାବିରେ ରାସ୍ତାରୋକ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାପାଳଙ୍କ ପ୍ରତିଶୃତିରେ ରହିଗଲା. ଗତ ୪ ମାସ ତଳେ ଗଜପତି ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ହୋଇନାହିଁ. ତେଣୁ ଆଜି ଗ୍ରାମବାସୀମାନେ ପ୍ରଶାସନର ପ୍ରତିଶୃତି ପାଳନ ନ ହେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି.  ଯଦ୍ୱାରା ମିନିଗାଁଗୁଡା ଗ୍ରାମକୁ ରାସ୍ତା ନିର୍ମାଣ ଦାବି କରି ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି. ଏହା ଦ୍ୱାରା ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସମସ୍ତ ଯାନବାହନ ବନ୍ଦ ରହିଛି. କେ. ସୀତାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ତେଜସ୍ୱର ରାଓ ଜଣାଇଛନ୍ତିଯେ ଗତ 4 ମାସ ତଳେ ମିନିଙ୍ଗାଗୁଡା ରାସ୍ତା ନିର୍ମାଣ ଦାବି କରି  ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ. ଏହି ସମୟରେ ଗଜପତି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ନିର୍ମାଣ ହେବ ବୋଲି ପ୍ରତିଶୃତି ଦେଇଥିଲେ. ହେଲେ ସେହି ପ୍ରତିଶୃତି କାଯ୍ୟକାରୀ ନହେବାରୁ ଅଞ୍ଚଳବାସୀ ମିଳିତ ଭାବେ ରାସ୍ତାରୋକ କରିଛନ୍ତି. ଗ୍ରାମବାସୀ କଦଯ୍ୟ ରାସ୍ତାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଜିଲ୍ଲାପାଳ ଏନେଇ ଦୃଷ୍ଟି ଆକାଶଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଜଣାଇଛନ୍ତି. ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ମିନିଗାଁ ଗୁଡ଼ା ଗ୍ରାମକୁ ରାସ୍ତା ନିର୍ମାଣ ଦାବିରେ ଗତ ଚାରିମାସ ହେବ ଜିଲ୍ଲା ପ୍ରଶାସନ ଠାରେ ଗୁହାରି କରି କୌଣସି ପଦକ୍ଷେପ ନ ହେବାରୁ ମିନିଗାଁଗୁଡ଼ା ଗ୍ରାମବାସୀଙ୍କ ଦ୍ବାରା ରାଜରାସ୍ତା ଅବରୋଧ ପ୍ରକାଶ ଗତ ତା ୨୬.୦୬.୨୩ ରିଖରେ ଉକ୍ତ ଦାବିରଖି ଗ୍ରାମବାସୀମାନେ ରାସ୍ତା ଅବରୋଧ କଲେ, ଉକ୍ତ ସମୟରେ ଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ଆସି ଦୁଇମାସ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କରାଯିବ କହି, ଅବରୋଧ ଓ ରାସ୍ତାରୋକ ପ୍ରତ୍ୟାହୃତ କରାଇଥିଲେ. ହେଲେ ଆଦିବାସୀମାନଙ୍କ ଦାବି ପୂରଣ ହୋଇନାହିଁ. ଆଜିକୁ ୪ ଚାରି ମାସ ବିତିଗଲା ମଧ୍ୟ ପ୍ରଶାସନର ନିଦ ଭାଙ୍ଗିନାହିଁ , ତୁରନ୍ତ ରାସ୍ତା ନିର୍ମାଣ ନ ହେଲେ ପୁଣି ରାଜରାସ୍ତାରେ ଆଦିବାସୀମାନେ ମିଳିତ ଭାବେ ରାସ୍ତାଅବରୋଧ କରିବା ପାଇଁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ସୂଚନା ଦେଇଛନ୍ତି. ‎ସରପଞ୍ଚ ଆହୁରି ଜଣାଇଛନ୍ତି ଯେ ଆଜି ସକାଳୁ 10 ଘଣ୍ଟା ସମୟରୁ ଆରମ୍ଭ ହୋଇଥିବା ଏହି ରାସ୍ତାରୋକ ଠାରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପହଞ୍ଚି ତୁରନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଅପରାହ୍ନ 3 ଟା,30 ସମୟରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ