ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍ତିରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ) : ପାରଳାଖେମୁଣ୍ଡି ସୁବାଷ ଚନ୍ଦ୍ର ବୋଷ ବସ୍ତିରେ ଵାଲ ମୁକୁନ୍ଦ କେନ୍ଦ୍ର ଦ୍ୱାରା ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଆଜିର ଶିଶୁ କାଲିର ଭବିଷ୍ୟତ। ଆମେ ବର୍ତ୍ତମାନ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସହିତ ସଂସ୍କାରମୂଳକ ଶିକ୍ଷା ଦେବା, ତେବେ ଆମେ ଏକ ସୁନ୍ଦର ଭାରତର ପରିକଳ୍ପନା କରିପାରିବା। ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି ସ୍ଥାନୀୟ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍ତିର ଶିଶୁମାନଙ୍କୁ ନେଇ ଘାସି ସାହି ସ୍ଥିତ ମା ଙ୍କ ମନ୍ଦିର ପରିସରରେ ‘ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ’ ପରିଚାଳନା କରିବା ସହିତ ଅଭିଭାବକମାନଙ୍କ ଘରକୁ ଯାଇ ଶିଶୁମାନଙ୍କ ନୈତିକ ବିକାଶ ନିମନ୍ତେ ଆଲୋଚନା କରିଥିଲେ।