ରାୟଗଡ ଓଏଲଏମରେ ବ୍ୟାପକ ଦୁର୍ନୀତି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ଲକ୍ଷ୍ୟ ବିଫଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଓଡିଶା ସରକାରଙ୍କ ଓଡିଶାରେ ଐତିହାସିକ ଲକ୍ଷ୍ୟ ଗଜପତି ଜିଲ୍ଲାରେ ରାୟଗଡ଼ ବ୍ଲକରେ ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହୋଇଛି. ଏଠାରେ କାର୍ଯ୍ୟରତ ଅଧିକାରିଣୀଙ୍କ ବ୍ୟାପକ ଦୂରୀନିତି ଓ ହରିଲୁଟ ଯୋଗୁଁ ତାଙ୍କୁ ଏଠାରୁ ବଦଳି କରାଯାଇଛି. ତାଙ୍କ ଦୂରୀନୀତି ନେଇ ବିଭିନ୍ନ ଅଭିଯୋଗର ତଦନ୍ତ ପାଇଁ ଓଡିଶା ଜୀବିକା ମିଶନରୁ ଏକ ଉଚ୍ଚସ୍ତରୀୟ ଟିମ ବ୍ଲକର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ତଦନ୍ତ କରି ଫେରିଛନ୍ତି. ହେଲେ ଏହି ତଦନ୍ତକୁ ବାଟବଣା କରି ଦୂରୀନୀତି ଗ୍ରସ୍ତ ଅଧିକାରିଣୀଙ୍କୁ ସୁହାଇବା ଭଳି ରିପୋର୍ଟ ପ୍ରଦାନ ପାଇଁ ବିଭିନ୍ନ ଚାପ, ମୋଟା ଅଙ୍କର ଅର୍ଥ ପ୍ରଦାନ ଆଦି ଷଡଯନ୍ତ୍ର ଚାଲିଥିବା ସାଧାରଣରେ ଅଭିଯୋଗ କରାଯାଇ ଏନେଇ ରାଜ୍ୟ ସରକାର ତଥା ପଦସ୍ଥ ଅଧିକାରୀ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି. ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ଭଳି ପ୍ଲାଟଫର୍ମ ଦ୍ୱାରା କୋଟି କୋଟି ଖର୍ଚ୍ଚ କରୁଛନ୍ତି । ତେବେ କିଛି ନ୍ୟସ୍ତ ସ୍ୱାର୍ଥ ଓ ଲାଞ୍ଚୁଆ ତୃଣମୂଳ କର୍ମଚାରୀ ପାଇଁ ସରକାରଙ୍କ ମହତ ଉଦ୍ଦେଶ୍ୟ ବାଧିତ ହେଉଛି । ତଥାପି ମହିଳା ମାନଙ୍କ ବିଶ୍ୱସ ରହିଛି ଓ ସରକାରଙ୍କ ନିକଟରେ ଏହି ଦୁର୍ନିତୀର ସୂଚନା ପହଞ୍ଚାଇବା ପାଇଁ ଗଣମାଧ୍ୟମର ସହାୟତା ନେବା ସହ ସରକାର ଏବଂ ପ୍ରଶାସନ ସେମାନଙ୍କୁ ନିଶ୍ଚୟ ନ୍ୟାୟ ଦେବ ବୋଲି ଆଶାରଖିଛନ୍ତି ।ଘଟଣାରୁ ପ୍ରକାଶ ଯେ ଗତ କିଛି ଦିନ ହେବ ରାୟଗଡ ବ୍ଲକ ଓଡିଶା ଜୀବିକା ମିଶନ ଛେଳି ଦୁର୍ନିତିକୁ ନେଇ ବେସ ଚର୍ଚ୍ଚାରେ ରହିଛି । ରାୟଗଡ ବ୍ଲକ ଓଏଲଏମ ପକ୍ଷରୁ ମହିଳା ସ୍ୱଂୟ ସ୍ୱହାୟୀକା ଗୋଷ୍ଠୀଙ୍କୁ ଛେଳି ବଣ୍ଟନରେ ଦୁର୍ନିତି ହେବା ଯାଣିବା ପରେ ବର୍ତ୍ତମାନ ବିଭିନ୍ନ ମହିଳା ସ୍ୱଂୟ ସହାୟୀକା ଗୋଷ୍ଠୀ ମୁହଁ ଖୋଲିବା ସହ ବିଭିନ୍ନ ଦୂରୀନୀତି ନେଇ ଅଭିଯୋଗ କରିଥିଲେ. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଓ.ଏଲ.ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଓଡ଼ିଶା ଜୀବିକା ମିଶନ ଅଫିସ ଭୁବନେଶ୍ୱରରୁ ଚାରିଜଣିଆ ଟିମ୍ ଦୁଇଦିନିଆ ରାୟଗଡ଼ ଗସ୍ତରେ ଆସି ତିନି ଗୋଟି ପଞ୍ଚାୟତ ଯଥା ଜିରାଙ୍ଗ, କରଡାସିଙ୍ଗି, କେରାଣ୍ଡି ପଞ୍ଚାୟତରେ ତଦନ୍ତ କରି ଫେରିଥିବା ଜଣାପଡ଼ିଛି
ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ୱି କରିବା ପାଇଁ ଓଡ଼ିଶା ଜୀବିକା ମିଶନ ଜରିଆରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଉଥିବା ବେଳେ ରାୟଗଡ଼ ବ୍ଲକରେ ଏହାର ସଠିକ୍ ରୂପେ କାର୍ଯ୍ୟକାରୀ ନ ହୋଇ ଏହାର ବ୍ୟତିକ୍ରମ ହୋଇ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା ।
ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକରେ ଗ୍ରାମୀଣ ଆଦିବାସୀ ମହିଳା ମାନଙ୍କର ସରଳତାର ସୁଯୋଗ ନେଇ ବ୍ଳକର ଓ.ଏଲ.ଏମ୍ ବିଭାଗର ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ତଥା ବି.ପି.ଏମ ଲତିକା ଦେବୀ ସେମାନଙ୍କୁ ସରକାରୀ ଯୋଜନାର ସମସ୍ତ କାର୍ଯ୍ୟ ବୁଝାଇବା ପରିବର୍ତ୍ତେ ସରକାରି ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ଓ ପଞ୍ଚାୟତ ମାନଙ୍କରେ ମହାସଂଘ ଗଠନ ହୋଈ ବର୍ଷବର୍ଷ ବିତିଯାଥିଲେ ମଧ୍ଯ ପରିଚାଳନାର ନିୟମ ସମ୍ପର୍କରେ ସଂଘର ସଭାପତି ,ସମ୍ପାଦକ ଓ ମାଁ ମାନଙ୍କୁ ନ ଜଣାଇବା ଓ ଲାଞ୍ଚ ନ ଦେଲେ ସି.ଆର୍.ପି ଚାକିରିରୁ ବାହାର କରି ଦେବା ଓ କିଛି ଏମ.ବି.କେ ମାନଙ୍କ ଦ୍ଵାରା ଡମ୍ୱାଳ , ଅମେଡା, କେରାଣ୍ଡି, ଆଦି ପଞ୍ଚାୟତର ମହାସଂଘ କୁ ଆସିଥିବା ଲକ୍ଷାଧିକ ଅର୍ଥକୁ କରଡାସିଂ ପଞ୍ଚାୟତର କୃଷୀମିତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଏବଂ ଏଙ୍ଗାରସିଂ, ଲୋବା ଓ ଗଙ୍ଗାବାଡ ପଞ୍ଚାୟତର ମହାସଂଘର ଜି.ପି.ଏଲ୍.ଏଫ୍ ଫଣ୍ଡରୁ ଜିରାଙ୍ଗ ଗ୍ରାମର ଛେଳି ବ୍ୟବସାୟ କରୁ ନ ଥିବା ବ୍ୟକ୍ତି ବା ଜଣେ ଲୁଗା ବ୍ୟବସାୟୀ ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଥିବା ଅଭିଯୋଗ ହୋଇଥିଲା । ଏହି ପ୍ରକାର ଅଭିଯୋଗ ପରେ ବିଭିନ୍ନ ସମ୍ବାଦପତ୍ରରେ ନିଉଜ୍ ପ୍ରକାଶ ପାଇଥିଲା। ଏହି ପ୍ରକାର ଅଭିଯୋଗ ପରେ ଏବେ ଓଡିଶା ଜୀବିକା ମିଶନ ବିଭାଗ ତରଫରୁ ଭୁବନେଶ୍ୱର ଠାରୁ ଚାରି ଜଣୀୟା ଟିମ୍ ଯଥା ଦେବୀ ପ୍ରସାଦ ନାୟକ, ବିଷ୍ଣୁ ମିଶ୍ର, ଭାନୁ ପ୍ରତାପ ଓ ସରୋଜିନୀ ବେହେରା ପ୍ରମୁଖ ଗଜପତି ଜିଲ୍ଲା ରାୟଗଡ଼ର ଜିରାଙ୍ଗ, କରଡାସିଙ୍ଗି, କେରାଣ୍ଡି ଆଦି ପଞ୍ଚାୟତକୁ ଯାଇ ସେଠାକାର ଜି.ପି.ଏଲ୍.ଏଫ୍ ମହାସଂଘ ର ସଭାପତି, ସଂପାଦକ ଓ ସି.ଆର.ପି, ଇ.ସି, ଓ ଗ୍ରୁପ ମାଁ ମାନଙ୍କୁ ସମସ୍ତ ଅଭିଯୋଗ ଉପରେ ବିଶୃତ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ହେଲେ ଏହି ତଦନ୍ତକୁ ବାଟବଣା କରିବା ପାଇଁ ବିଭିନ୍ନ ଉଦ୍ୟମ ଆରମ୍ଭ ହୋଇଥିବା ଜନ ସାଧାରଣ ଅଭିଯୋଗ କରି ପଦସ୍ଥ ବିଭାଗୀୟ ଅଧିକାରୀ ଏନେଇ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହୋଇଛି.
ବର୍ତମାନ ଦୁର୍ନୀତି ଅଭିଯୋଗ ଥିବା କର୍ମଚାରୀଙ୍କୁ କି ପଦକ୍ଷେପ ଗ୍ରହଣ କରାଯିବ ଓ ଅଭିଯୋଗ କରିଥିବା ମହିଳା ମାନଙ୍କୁ କେବେ ନ୍ୟାୟ ମେଳିବ ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ