ଅଙ୍ଗାରଗଡିଆ ଠାରେ ପୁଅ ମାଡ଼ରେ ବାପ ମୃତ
ବାଲେଶ୍ୱର, (ସରୋଜ ପଣ୍ଡା) : ସହରର ଶିଳ୍ପାଞ୍ଚଳ ଥାନା ଅଧୀନ ଅଙ୍ଗାରଗଡିଆ କଳିଙ୍ଗ ଶୀତଳ ଭଣ୍ଡାର ଠାରେ ଅମ୍ବିକା ଯାଦବ ନାମକ ବୃଦ୍ଧଙ୍କୁ ତାଙ୍କର ବଡ଼ପୁଅ ପିଟିପିଟି ହତ୍ୟା କରିଥିବାର ଥାନାରେ ମୃତକଙ୍କ ସାନ ପୁଅ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ ଗତକାଲି ବିଳମ୍ୱିତ ରାତିରେ ଅମ୍ବିକା ଯାଦବଙ୍କ ବଡପୁଅ ଅଭିଯୁକ୍ତ ଅମରଜିତ ଯାଦବ(୩୮) ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପାଟିତୁଣ୍ଡ କରୁଥିବା ବେଳେ ବୃଦ୍ଧ ବାପା ଅମ୍ବିକା ଯାଦବ ପ୍ରତିବାଦ କରିବାରୁ ତାଙ୍କୁ ମାରପିଟ୍ କରିଥିଲେ।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ତାଙ୍କର ସାନ ପୁଅ କଲିକତାରୁ ପହଞ୍ଚି ଘରେ ସବୁ ଘଟଣା ବିଷୟରେ ଜାଣିବା ପରେ ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ। ଆଜି ପୂର୍ବାହ୍ନ ୯ ଟା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟବଚ୍ଛେଦ କରିଛି।ତେବେ ଏ ନେଇ ଶିଳ୍ପାଞ୍ଚଳ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।