ଗଙ୍ଗଦାହାଟରେ ମା’ଶାରଳାଙ୍କ ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟରେ ମା’ଶାରଳା ସାଂସ୍କୃତିକ ପରିଷଦ ପକ୍ଷରୁ ମା’ଶାରଳାଙ୍କର ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ମା’ଶାରଳାଙ୍କ ପୀଠରୁ ଗୁରୁବାର ଆଜ୍ଞାମାଳ ଅଣାଯାଇ ଶୁକ୍ରବାର ଦିନ କଳସ ଶୋଭାଯାତ୍ରା, କଳସ ସ୍ଥାପନ, ମା’ଙ୍କ ଷୋଡଶ ଉପଚାର ପୂଜା ସହିତ ବିଶ୍ୱଶାନ୍ତି ମହାଯଜ୍ଞର ଶୂଭାଧିବାସ କରାଯାଇଥିଲା । ମା’ଶାରଳାଙ୍କ ମୃଣ୍ମୟ ମୂର୍ତି ନିର୍ମାଣ କରାଯିବା ସହ ରଙ୍ଗ ବେରଙ୍ଗର ଆଲୋକମାଳାରେ ଉକ୍ତ ମଣ୍ଡପକୁ ସୁସଜ୍ଜିତ କରାଯାଇଛି । ନବ ଦିନ ବ୍ୟାପୀ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟେହ ସଂଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯିବାର ସ୍ଥିର କରାଯାଇଛି । ମା’ଶାରଳାଙ୍କ ଉକ୍ତ ପୂଜା ଦେଖିବା ପାଇଁ ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ