ରାଷ୍ଟ୍ରର ପ୍ରଭୃତ ବିକାଶରେ ଗଣମାଧ୍ୟମ ଓ ସାମାଜିକ ସଂଗଠନମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ ସ୍ଥାନୀୟ ୟୁନିଟ-୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହାର ତୃତୀୟ ସ୍ୱନକ୍ଷତ୍ର ଦିବସ ସହ ଜାତୀୟ ଗଣମାଧ୍ୟମ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସ୍ମରଣିକା ଉନ୍ମୋଚନ ହେବା ସହ ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟବକ୍ତା ତଥା ସଭାପତି ଭାବେ ବାଗ୍ମୀ, ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ. ଯୋଗୀନାଥ ସାହୁ, ବରିଷ୍ଠ ସମାଜସେବୀ ସାଧୁଚରଣ ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ, ଖବର ଉପସ୍ଥାପକ ମନୋଜ ମହାପାତ୍ର ଉପସ୍ଥିତ ରହିବା ସହ ରାଷ୍ଟ୍ରର ପ୍ରଭୂତ ବିକାଶରେ ଗଣମାଧ୍ୟମ ଓ ସାମାଜିକ ସଂଗଠନ ମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିବା ସହ ସଠିକ ଖବର ଲୋକଲୋଚନକୁ ଆଣିବା ସହିତ ସାମାଜିକ ସଚେତନତା ତଥା ମା’ ମାଟି ମାତୃଭାଷା ପାଇଁ ସମସ୍ତେ ନିରନ୍ତର ଉଦ୍ୟମ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକୁ ଗଣମାଧ୍ୟମ ଲୋକଲୋଚନକୁ ଆଣିବାରେ ନିର୍ଣ୍ଣାୟକ ଭୂମିକା ନେଉ । ବର୍ତମାନ ସମୟରେ ଖବର ପ୍ରସାରଣର ଗୁରୁତ୍ୱ ବୃଦ୍ଧି ପାଇବା ସହିତ ଏହାର ଅନାବଶ୍ୟକ ଖବରକୁ ପ୍ରାଧାନ୍ୟ ନଦିଆଯିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିବା ସହ ଟ୍ରଷ୍ଟର ବିଭିନ୍ନ ସାମାଜିକ କାର୍ଯ୍ୟବଳୀ ପ୍ରଶଂସା କରିଥିଲେ । ଏହି ଅବସରରେ ଯୁବ ସମାଜସେବିକା ସ୍ୱାତୀ ସାମ୍ୟାମୀ ନାୟକ, ସାହିତ୍ୟିକା ଜୟଶ୍ରୀ ଦାସ, ମୁଗୁପୁର ସମାଚାର ସଂପାଦକ ମଦନ ମୋହନ ପାଢ଼ୀ, ଗାୟତ୍ରୀ ସାମନ୍ତ, ବିମଳ ରଣା, ଶିକ୍ଷାବିତ୍ ରମେଶ ଚନ୍ଦ୍ର ସାମନ୍ତରାୟ, ଯୁବ ସମାଜସେବୀକା ଶ୍ୱେତା ନାୟକ, ପ୍ରଦୀପ କୁମାର ବାରିକ, ସାହିତ୍ୟିକା ମନୀଷା ରାୟ ପ୍ରମୁଖ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାଧୁଚରଣ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ