ଢେଙ୍କାରେ ବିଶ୍ୱ ପାଇଖାନା ଦିବସ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକ ଢେଙ୍କା ଠାରେ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି। ଢେଙ୍କା ପଞ୍ଚାୟତ ର ସରପଞ୍ଚ ସୁବାସିନୀ ସେଠୀଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ହାଟଡ଼ିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପାଇଖାନାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତେ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସରକାର ସମସ୍ତ ପରିବାର କୁ ପାଇଖାନା ଯୋଗାଇ ଦେଇଥିବା ବେଳେ ଅନେକ ଲୋକ ଏହାକୁ ବ୍ୟବହାର ନକରି ଭିନ୍ନ କାମରେ ଲଗାଇଥିବାରୁ ଏଥିପାଇଁ ଅଧିକ ସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକର ବିପିସି କାର୍ତିକ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ନାୟକ, ସମିତି ସଭ୍ୟା ସୁକାନ୍ତି ବିଶ୍ୱାଳ,ରମ୍ପାସ ସମିତିସଭ୍ୟ ବାବନ କୁମାର ସେଠୀ, ମିଶନସକ୍ତି ଏମ. ବି. କେ ମିନାକ୍ଷୀ ବିଶ୍ୱାଳ, ସି.ଆର.ପି ବାସନ୍ତୀ ଦାସଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନେ ଯୋଗଦେଇଥିଲେ। ରମାକାନ୍ତ ଦେହୁରୀ, ସୁବାସ ବିଶ୍ୱାଳ, କୈଳାସ ମହାନ୍ତି, ଜ୍ୟୋତି ରଞ୍ଜନ ଦାଶ, ରୁଦ୍ର ପ୍ରସାଦ କର, ସନ୍ଦିପ ସେଠୀ, ମନୋଜ ଦାଶ, ରଶ୍ମି କର, ରାଜେଶ ପଣ୍ଡା, ସୁଶାନ୍ତ କର, ଚିନ୍ତାମଣି ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।