ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ
ବୁଗୁଡା, (ଅନିଲ କୁମାର ମହାରଣା) : ଗୌଡିଆବୋରଦା ପଞ୍ଚାୟତର ପଥରା ପଲ୍ଲୀ ଗ୍ରାମରେ ବାଇକ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ବାଇକ ଚାଳକ ଗୁରୁତର ହୋଇ ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ପ୍ରକାରେ ସକାଳ ଏଗାର ଘଣ୍ଟା ସମୟରେ ଗୌଡିଆବୋରଦା ଗ୍ରାମର ଧର୍ମେନ୍ଦ୍ର ପାତ୍ର ନିଜ ବାଇକ ଯୋଗେ ନିକଟସ୍ଥ ପଥରାପଲ୍ଲୀ ଗ୍ରାମର ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ବେଳେ ସେହି ଗ୍ରାମର ବୁଲୁ ଜେନା ନିଜ ଅଟୋ ଧରି ପଥରାପଲ୍ଲୀରୁ ନିଜ ଗ୍ରାମ ଗୌଡିଆବୋରଦା ଅଭିମୁଖେ ଯାଉଥିବା ସମୟରେ ପଥରାପଲ୍ଲୀ ଠାରେ ବାଇକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସେଠାରେ ବାଇକ ଚାଳକ ଧର୍ମେନ୍ଦ୍ର ଙ୍କ ମୁଣ୍ଡ ଓ ବିଭିନ୍ନ ଜାଗାରେ ଗଭୀର ଆଘାତ ଲାଗିଥିଲା। ଗ୍ରାମର ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ବୁଗୁଡା ମେଡ଼ିକାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଧର୍ମେନ୍ଦ୍ର ପାତ୍ରଙ୍କ ମୃତ୍ୟୁ ଘଟିଥିଲା।