ପଞ୍ଚାୟତ ସ୍ତରୀୟ ବିଶ୍ବ ପାଇଖାନା ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ପ୍ରତି ବର୍ଷ ନଭେମ୍ବର ୧୯ ତାରିଖକୁ ବିଶ୍ବ ପାଇଖାନା ଦିବସ ରୂପେ ପାଳନ କରାଯାଏ।ଏହି ଅବସରରେ ହିଞ୍ଜିଳିକାଟୁ ବ୍ପଲକ୍ ରାଳବ ଞ୍ଚାୟତ ଆଲପୂର ଗ୍ରାମ ସ୍ଥିତ ଆଲପୂର ହାଇସ୍କୁଲରେ ରବିବାର ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ରଶ୍ମିତା ପ୍ରଧାନ, ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟା ରିନା ପୋଲାଇ , ପିଇଓ ସୁଶାନ୍ତ କୁମାର ପାତ୍ର, ଗ୍ରାମ ସାଥୀ ଅଶୋକ କୁମାର ପଲାଇ, ଟୁକୁନା ପ୍ରଧାନ, ବାବୁ ପଲାଇ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ସମ୍ପୃକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛା୍ତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ସହ ବ୍ୟାନର ଧରି ଗ୍ରାମ ପରିକ୍ରମା କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ l ପରେ ବିଭିନ୍ନ ପଥପ୍ରାନ୍ତ ସଭାରେ ଗ୍ରାମବାସୀଙ୍କୁ ବାହ୍ୟ ମଳତ୍ୟାଗ,ପାଇଖାନାର ଉପଯୁକ୍ତ ବ୍ୟବହାର ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶପତି ଦାଶଙ୍କ ସଭାପତିତ୍ବରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଅନୁରୂପ ଭାବେ ବିଭିନ୍ନ ପଞ୍ଚାୟତରେ ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଛି। ପିଇଓ ବିଜୟ କୁମାର ସେଠୀ, ଶଙ୍କର କୁମାର ମହାନ୍ତି, ବାସୁଦେବ ବେହେରା, ବୈଷ୍ଣବ ମଣ୍ଡଳ, ସୁଶାନ୍ତ କୁମାର ପଟ୍ଟନାୟକ, ବେଣୁଧର ବେହେରା, ଇ.ଶଙ୍କର ରାଓ, ବି.ହରି, ଜି. ଯୁଧିଷ୍ଠିର ରେଡ୍ଡୀ, ସରପଞ୍ଚ ଓ ସଭ୍ୟଙ୍କ ସମେତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।