ପାରିବାରିକ ମିଳନ ସମାରୋହ ତଥା ନୂତନ ବଂଶାବଳୀ ପୁସ୍ତକ ଉନ୍ମୋଚିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକ ବୁରୁପଡା ସ୍ଥିତ ମା’ ଶ୍ୟାମଳାଇ ଶକ୍ତିପୀଠ ପରିସରରେ ରବିବାର ବିଶ୍ୱକର୍ମା ସୋମବଂଶ,ଉଲେଶ୍ୟ ଗୋତ୍ରର ପାରିବାରିକ ମିଳନ ସମାରୋହ ତଥା ବଂଶାବଳୀ ପୁସ୍ତକ ଉନ୍ମୋଚନ ଉତ୍ସବ ବେଶ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ସଭାପତି ତଥା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ ରାମକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ବୈଠକରେ ଉପସଭାପତି ସୁବାଷ ଚନ୍ଦ୍ର ମହାରଣା, ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାରଣା, ଯୁଗ୍ମ ସମ୍ପାଦକ ରବିନ୍ଦ୍ର ମହାରଣା ଓ କୋଷାଧ୍ୟକ୍ଷ ଉମା ମହାରଣା ପ୍ରମୁଖ ମଞ୍ଚସିନ ଥିଲେ। ପ୍ରାରମ୍ଭରେ ଇଷ୍ଟଦେବ ପ୍ରଭୁ ବିଶ୍ୱକର୍ମା ଓ ଇଷ୍ଟଦେବୀ ମା ଶ୍ୟାମଳାଇଙ୍କ ନିକଟରେ ପୁଷ୍ପ ଓ ଦ୍ବୀପ ପ୍ରଜ୍ବଳନ ଓ ପୂଜାର୍ଚ୍ଚନା ସମ୍ପନ୍ନ କଲା ପରେ ଦିବଂଗତ ସଭାପତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ ବିଶ୍ୱକର୍ମା ସୋମବଂଶ ଉଲେଶ୍ୟ ଗୋତ୍ରର ପାରିବାରିକ ସମାବେଶ ଶୁଭାରମ୍ଭ ହୋଇଥିଲା। ମଞ୍ଚସିନ ଅତିଥିମାନେ ଉଲେଶ୍ୟ ଗୋତ୍ରର ପାରମ୍ପରିକ ରୀତିନୀତି,ନୀତିନିୟମ,ଉନ୍ନତି,ବିବାହ ଆଦି କୌଳିକ ସାମାଜିକ ଚଳଣିରେ ପରସ୍ପର ମଧ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା କରି ଐକ୍ୟବଦ୍ଧ ଭାବେ ମିଳିମିଶି ବିଶ୍ୱକର୍ମା ସୋମବଂଶ ଉନ୍ନତି ଦିଗରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।ପରେ ଅତିଥିମାନେ ନୂତନ ବଂଶାବଳୀ ପୁସ୍ତକ ଉନ୍ମୋଚିତ କରି ବଂଶ ଭାଇଭଉଣୀଙ୍କ ମଧ୍ୟରେ ବିତରଣ କରିଥିଲେ। କମିଟିବୃନ୍ଦଙ୍କ ମଧ୍ୟରେ ସୁଶାନ୍ତ ମହାରଣା, ଭଗବାନ ମହାରଣା,ରବିନ୍ଦ୍ର ମହାରଣା, କାଳୀ ଚରଣ ମହାରଣା,ସନ୍ୟାସୀ ମହାରଣା,ଭଗବାନ ମହାରଣା, ଶଙ୍କର ପ୍ରସାଦ ମହାରଣା,ରାଜେନ୍ଦ୍ର ମହାରଣା,ହରେକୃଷ୍ଣ ମହାରଣା,ଲକ୍ଷ୍ମୀ ନାରାୟଣ ମହାରଣା,ପର୍ଶୁରାମ ମହାରଣା, ଅଭିମନ୍ୟୁ ମହାରଣା ଓ ଗୌରାଙ୍ଗ ମହାରଣା ପ୍ରମୁଖଙ୍କ ସମେତ ଔଲସ୍ୟ ଗୋତ୍ରର ସହସ୍ରାଧିକ ପୁରୁଣା ଓ ମହିଳା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ