ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପରିଚାଳନା ସକାଶେ ଷ୍ଟାଫ୍ ମୁତୟନ ଦିଗରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆବଶ୍ୟକ ହେବାକୁ ଥିବା ଭୋଟ ସଂଗ୍ରହ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓସ୍ଵାନ ହଲ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଓସ୍ଵାନ ବୈଠକରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଶିକ୍ଷାବିଭାଗ ଅଧିକାରୀ, ଶିଳ୍ପସଂସ୍ଥା ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ନିଜ ନିଜ ଓସ୍ଵାନ ହଲ ଠାରେ ଜଡିତ ହୋଇଥିଲେ । ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ ଯେ, ଆଗାମୀ ନିର୍ବାଚନ କାର୍ଯ୍ୟର ସୁପରିଚାଳନା ଦିଗରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ । ଏଣୁ ସେମାନଙ୍କର ତଥ୍ୟ ଗୁଡିକ ଆଗାମୀ ସାତଦିନ ମଧ୍ୟରେ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପୁଲିଂ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପଞ୍ଚମ ପୁଲିଂ ଅଧିକାରୀ ମୁତୟନ ହେବେ। ସମସ୍ତ ବିଭାଗର ଗୃପ “A” ଠାରୁ ଆରମ୍ଭ କରି ଗୃପ “D” ପର୍ଯ୍ୟନ୍ତ ନିଜ ନିଜର ଷ୍ଟାଫ୍ ତାଲିକା ଗୁଡିକ ନିର୍ଭୁଲ ଭାବେ ଦେବେ । ପ୍ରଦାନ କରାଯାଇଥିବା ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବେ। ସମସ୍ତ ତଥ୍ୟ ଯେମିତି ସଠିକ ରହିବ ସେହି ଦିଗରେ ଦୃଷ୍ଟି ଦେଇ ସତର୍କତାର ସହିତ ତଥ୍ୟ ପ୍ରଦାନ କରିବେ। ଜିଲ୍ଲାର ସମସ୍ତ ୪୨୧ ଗୋଟି କାର୍ଯ୍ୟାଳୟରୁ ତଥ୍ୟ ଗୁଡିକ ଆଗାମୀ ସତଦିନ ମଧ୍ୟରେ ଯେମିତି ଜିଲ୍ଲା କାର୍ଯ୍ୟାଳୟକୁ ପହଞ୍ଚିବ ସେହି ଦିଗରେ ଯତ୍ନବାନ ହେବାକୁ କହିଥିଲେ। ତେବେ ଏହି ତଥ୍ୟ ପ୍ରଦାନ ବେଳେ ପ୍ରଦାନ କରାଯାଇଥିବା ଫର୍ମାଟରେ ଆଗାମୀ ୬ ମାସ (ମଇ ମାସ ୩୧ ସୁଧା ) ମଧ୍ୟରେ ଅବସର ଗ୍ରହଣ କରୁଥିବା ବ୍ୟକ୍ତି ସମ୍ପର୍କରେ, ଶାରୀରିକ ଅକ୍ଷମତା ରହିଥିବା ବ୍ୟକ୍ତି ଏବଂ ଗର୍ଭବତୀ କର୍ମଚାରୀଙ୍କ ତଥ୍ୟ ମଧ୍ୟ ସେଥିରେ ଉଲ୍ଲେଖ କରିବାକୁ କୁହାଯାଇଥିଲା । ପ୍ରଦାନ କରାଯାଇଥିବା ତଥ୍ୟରେ କୌଣସି ଷ୍ଟାଫଙ୍କ ନାମ ଯେମିତି ବାଦ ପଡିବ ନ।ହିଁ ତାହା ଯାଞ୍ଚକରି ପ୍ରଦାନ କରିବାକୁ ଜଣାଇଥିଲେ। ଏହି କାର୍ଯ୍ୟରେ ଖିଲାଫ କରାଗଲେ ଧାରା-୧୩୪ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଅବଗତ କରାଇଥିଲେ। ବୈଠକରେ ନିର୍ବାଚନ ଦାୟିତ୍ଵରେ ଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ତାଲିକା ପ୍ରଦାନ ସମ୍ପର୍କିତ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ